ନିର୍ବାଚନ କମିସନରଙ୍କୁ ଭେଟି ଆସନ୍ତା ବିଧାନସଭା ନିର୍ବାଚନରେ ବାଲାଟ ପେପର ପ୍ରଚଳନ କଥା କହିବେ ରାଜ୍ ଠାକ୍ରେ, ୧୪ ବର୍ଷ ପରେ ପ୍ରଥମ ଦିଲ୍ଲୀ ଗସ୍ତ
ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍)ର ମୁଖ୍ୟ ରାଜ୍ ଠାକ୍ରେ ସୋମବାର ଦିଲ୍ଲୀଠାରେ ନିର୍ବାଚନ କମିସନରଙ୍କୁ ଭେଟିପାରନ୍ତି ବୋଲି ଅନୁମାନ କରାଯାଉଛି। ନିର୍ବାଚନ କମିସନଙ୍କୁ ଦେଖା କରି ସେ ଇଭିଏମ୍ ସଂପର୍କିତ ଅଭିଯୋଗ କରିବେ ବୋଲି ଜଣପାଡ଼ିଛି। ରାଜ୍ ଠାକରେ ଗତ ୧୪ ବର୍ଷ ଭିତରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରୁଛନ୍ତି ବୋଲି ସୂଚନା ରହିଛି।
He writes, ‘Individuals have communicated their dissatisfaction with the manner in which elections are being conducted in last few yrs&raised ques regarding EVMs. We request you to got back to ballot papers&appeal to have assembly election in Maharashtra with ballot papers only.” https://t.co/oo29ggFC8k
— ANI (@ANI) July 8, 2019
ପୂର୍ବରୁ ରାଜ୍ ଠାକରେ ନିର୍ବାଚନ କମିସନଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ‘ଗତ କିଛି ବର୍ଷ ହେବ ଇଭିଏମ୍ ତ୍ରୁଟିକୁ ନେଇ ଅନେକ ଅଭିଯୋଗ ହୋଇଛି। ଅନେକ ଲୋକ ଇଲେକ୍ଟ୍ରିକ୍ ଭୋଟିଂ ମେସିନ୍କୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ, ଆମେ ରାଜ୍ୟରେ ହେବାକୁ ଥିବା ଆସନ୍ତା ବିଧାନସଭାରେ ବାଲାଟ ପେପର୍ ଜରିଆରେ ଭୋଟ୍ ଗଣନା ଚାହୁୁଁଛୁ।’
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବରେ ହେବ ବୋଲି ସ୍ଥିର ହୋଇଛି। ନଭେମ୍ବରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି।