ବେଆଇନ ପାକିସ୍ତାନୀ ଓ ବାଂଲାଦେଶୀ ପ୍ରବାସବାସୀଙ୍କ ବିଷୟରେ ସୂଚନା ଦେଲେ ଆର୍ଥିକ ପୁରସ୍କାର ଦେବ ‘ଏମ୍‌ଏନ୍‌ଏସ୍‌’

ମୁମ୍ବାଇ: ବେଆଇନ ଭାବେ ଭାରତରେ ବସବାସ କରୁଥିବା ପାକିସ୍ତାନୀ ଏବଂ ବାଂଲାଦେଶୀମାନଙ୍କ ବିଷୟରେ ସୂଚନା ଲାଗି ମହାରାଷ୍ଟ୍ର ନବ ନିର୍ମାଣ ସେନା ପାର୍ଟି (ଏମ୍‌ଏନ୍‌ଏସ୍‌) ଆର୍ଥିକ ପୁରସ୍କାର ଘୋଷଣା କରିଛି।

ମୁମ୍ବାଇର ବାନ୍ଦ୍ରା ଅଞ୍ଚଳ ଏବଂ ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଲାଗିଥିବା ଦୁଇଟି ପୋଷ୍ଟର୍‌ରୁ ଏ କଥା ଜଣାପଡ଼ିଛି। ବାନ୍ଦ୍ରାରେ ଲାଗିଥିବା ପୋଷ୍ଟର୍‌ରେ ପୁରସ୍କାର ରାଶି ୫, ୫୫୫ ଟଙ୍କା ଘୋଷଣା କରାଯାଇଥିବା ବେଳେ ଔରଙ୍ଗାବାଦ ପୋଷ୍ଟର୍‌ରେ ପୁରସ୍କାର ରାଶି ୫ ୦୦୦ ଟଙ୍କା ବୋଲି ଉଲ୍ଲେଖ କରାଯାଇଛି।

Image Source: ABP Majha Marathi News

ମହାରାଷ୍ଟ୍ର ନବ ନିର୍ମାଣ ସେନାର ନେତୃତ୍ୱ ନେଉଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଦାଦିପୁଅ ଭାଇ ରାଜ୍‌ ଠାକ୍‌ରେ। ନିକଟରେ ‘ଏମ୍‌ଏନ୍‌ଏସ୍‌’ ଏକ ନୂତନ ଗୈରିକ ପତାକା ଉତ୍ତୋଳନ କରିଥିଲା। ‘ଏମ୍‌ଏନ୍‌ଏସ୍‌’ କ୍ରମଶଃ ହିନ୍ଦୁ ଆଦର୍ଶବାଦକୁ ଢଳୁଥିବା ଏଥିରୁ ଅନୁମାନ କରାଯାଉଛି। ଏହାଛଡ଼ା ବେଆଇ ପାକିସ୍ତାନୀ ଏବଂ ବାଂଲାଦେଶୀ ପ୍ରବାସବାସୀଙ୍କୁ ଭାରତରୁ ବିତାଡ଼ନ କରିବାକୁ ‘ଏମ୍‌ଏନ୍‌ଏସ୍‌’ ମୋଦୀ ସରକାରଙ୍କୁ ସମର୍ଥନ କରିଥିଲା। ଏଥିପାଇଁ ମଧ୍ୟ ଦଳ ତରଫରୁ ପୋଷ୍ଟର୍‌ ଲଗାଯାଇଥିଲା। ସେଥିରେ ଉଲ୍ଲେଖ ଥିଲା ଭାରତ ଛାଡ଼ ନଚେତ୍‌ ତଡ଼ି ଦିଆଯିବ।

ସମ୍ବନ୍ଧିତ ଖବର