ନୂଆଦିଲ୍ଲୀ: ଏମଏନଏସ (ମହାରାଷ୍ଟ୍ର ନବନିର୍ମାଣ ସେନା) ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ବଙ୍ଗଳା ସାମ୍ନାରେ ପୋଷ୍ଟର ଲଗାଇ ଏକ ସ୍ବତନ୍ତ୍ର ଅନୁରୋଧ କରିଛି।
ବିଗ ବିଙ୍କ ଜୁହୁସ୍ଥିତ ବଙ୍ଗଳା ‘ପ୍ରତୀକ୍ଷା’ର ଏକ ପାର୍ଶ୍ବ୍ୟ କାନ୍ଥ ଭାଙ୍ଗି ରାସ୍ତା ପ୍ରଶସ୍ତୀକରଣ କରିବା ପାଇଁ ଯୋଜନା କରାଯାଉଛି। ଯେଉଁଥିପାଇଁ ଅମିତାଭଙ୍କ ଘର ସାମ୍ନାରେ ଏକ ପୋଷ୍ଟର ଲଗାଇ ଘର କାନ୍ଥ ଭାଙ୍ଗିବା ପାଇଁ ସହଯୋଗ କରିବା ପାଇଁ ଅନୁରୋଧ କରିଛି ମହାରାଷ୍ଟ୍ର ନବନିର୍ମାଣ ସେନା।
ପ୍ରକାଶିତ ଖବର ମୁତାବକ, ପୋଷ୍ଟର ସହିତ ଅମିତାଭ ବଚ୍ଚନଙ୍କ ଫଟୋ ଦେଇ ଏମଏନଏମ ଲେଖିଛି, ବଡ଼ ହୃଦୟ ଥିବା ବିଗ ବି ରାସ୍ତା ପ୍ରଶସ୍ତୀକରଣ କରିବାରେ ସମର୍ଥନ କରିବେ।
‘ପ୍ରତୀକ୍ଷା’ ନାମ ଥିବା ବଙ୍ଗଳା କାନ୍ଥ ଭାଙ୍ଗାଯିବା ପାଇଁ ୨୦୧୭ରେ ଅମିତାଭ ବଚ୍ଚନଙ୍କୁ ବିଏମସି ନୋଟିସ ଜାରି କରିଥିଲା କିନ୍ତୁ ବଚ୍ଚନ ଏହି ନୋଟିସର ଜବାବ ଏଯାବତ ଦେଇ ନାହାନ୍ତି।
/sambad/media/post_attachments/0263c4b054a8d749204a710472cf3edd6a4a466101b606c2c26b71309f00d608.jpg)
ଅମିତାଭଙ୍କ ‘ପ୍ରତୀକ୍ଷା’ ବଙ୍ଗଳାର କାନ୍ଥ ସନ୍ଥ ଜ୍ଞାନେଶ୍ବର ରାସ୍ତା ପ୍ରଶସ୍ତୀକରଣ କରିବା ପାଇଁ ଭଙ୍ଗା ଯିବ। ଏହି ରାସ୍ତା ‘ପ୍ରତୀକ୍ଷା’ ବଙ୍ଗଳାରୁ ଆରମ୍ଭ ହୋଇ ଇସ୍କନ ମନ୍ଦିର ଦେଇଯିବ। ଜୁହୁର ସନ୍ଥ ଜ୍ଞାନେଶ୍ବର ରାସ୍ତର ଚଉଡ଼ ବର୍ତ୍ତମାନ ୪୫ଫୁଟ ରହିଛି। ତେବେ ଏହି ଚଉଡ଼ାକୁ ବୃଦ୍ଧି କରି ୬୦ଫୁଟ କରାଯିବାର ଯୋଜନା ରହିିଛି। କାରଣ ଏହି ରାସ୍ତାରେ ପ୍ରତିଦିନ ଲୋକଙ୍କ ଭିଡ ଜମିଥାଏ। କମ ହୋଇ ପାରିବ। ଏହି ଭିଡକୁ କମ କରିବା ପାଇଁ ରାସ୍ତା ପ୍ରଶସ୍ତୀକରଣ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/98.jpg)