‘ରାଓତ ତୁମ ଲାଉଡ଼ସ୍ପିକର ବନ୍ଦ କରିଦେବୁ’ ମହାରାଷ୍ଟ୍ର ନବନିର୍ମାଣ ସେନା ଦେଲା ଧମକ

ମୁମ୍ବାଇ: ମସଜିଦରେ ଲାଉଡସ୍ପିକର ବ୍ୟବହାର ନେଇ ମହାରାଷ୍ଟ୍ରରେ ବିବାଦ ଜାରି ରହିଛି | ଏବେ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ପକ୍ଷରୁ ଶିବସେନା ନେତା ସଞ୍ଜୟ ରାଓତଙ୍କୁ ଧମକ ଦିଆଯାଇଛି । ଏମଏନଏସ ଶିବସେନା ମୁଖପତ୍ର ‘ସାମନା’ କାର୍ଯ୍ୟାଳୟ ବାହାରେ ପୋଷ୍ଟର ଲଗାଇଛି | ଏମଏନଏସ ଦ୍ୱାରା ଲଗାଯାଇଥିବା ପୋଷ୍ଟରରେ ଲେଖାଯାଇଛି ଯେ, ‘ଓୱେସି କାହାକୁ କହିଥିଲେ? ସଞ୍ଜୟ ରାଓତ ତୁମର ଲାଉଡସ୍ପିକର ବନ୍ଦ କର | ସମଗ୍ର ମହାରାଷ୍ଟ୍ର ଏହି କାରଣରୁ ଅସୁବିଧାର ସମ୍ମୁଖୀନ ହେଉଛି, ନଚେତ୍ ଆମେ ତୁମ ଲାଉଡସ୍ପିକରକୁ ଏମଏନଏସ ଢଙ୍ଗରେ ବନ୍ଦ କରିଦେବୁ’ |

ବାସ୍ତବରେ, ନିକଟରେ ରାଓତ, ରାଜ ଠାକରେଙ୍କୁ ମହାରାଷ୍ଟ୍ରର ଓୱେସି ବୋଲି କହିଥିଲେ | ଶିବସେନା ନେତା ଦର୍ଶାଇବାକୁ ଚେଷ୍ଟା କରିଥିଲେ ଯେ ଉତ୍ତରପ୍ରଦେଶ ନିର୍ବାଚନରେ ଯେଭଳି ଏଆଇଏମଆଇଏମ ପକ୍ଷରୁ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଓ ସମାଜବାଦୀ ପାର୍ଟିର ଭୋଟ ​​ବିଭାଜନ କରିଥିଲା, ଠିକ ସେମିତି ଏମଏନଏସ ମହାରାଷ୍ଟ୍ରରେ ଭୋଟ ବିଭାଜନ କାମ କରୁଛି |

ବାସ୍ତବରେ, ଏମଏନଏସ ମୁଖ୍ୟ ରାଜ ଠାକରେ ଏପ୍ରିଲ ୨ ରେ ମସଜିଦଗୁଡିକରେ ଲାଉଡସ୍ପିକର ବନ୍ଦ କରାଯିବାକୁ ଦାବି କରିଥିଲେ। ସେ କହିଥିଲେ ଯେ ଯଦି ଲାଉଡସ୍ପିକର ବନ୍ଦ କରା ନଯାଏ ତେବେ ମସଜିଦ ବାହାରେ ଲାଉଡସ୍ପିକରରେ ହନୁମାନ ଚାଳିଶା ବଜାଯିବ। ସେ ଲାଉଡସ୍ପିକର ବନ୍ଦ କରିବାକୁ ମେ ୩ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ଏକ ଅଲ୍ଟିମେଟମ୍ ଦେଇଥିଲେ |

ସମ୍ବନ୍ଧିତ ଖବର