ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଆଗାମୀ ଲୋକସଭା ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେଇଛି। ଏମ୍‌ଏନ୍‌ଏସର ମୁଖ୍ୟ ରାଜ୍‌ ଠାକ୍‌ରେ କହିଛନ୍ତି ଯେ ଦଳ ଏଥର ନିର୍ବାଚନ ଲଢିବ ନାହିଁ। ଏମ୍‌ଏନ୍‌ଏସ୍‌ର ମୁଖପାତ୍ର ଶିରୀଷ ସାଓ୍ଵନ୍ତ ଏ ସଂପର୍କରେ ଏକ ବୟାନ୍‌ ଜାରି କରିଛନ୍ତି। ସେ କହିଛନ୍ତି ଯେ ୧୯ ତାରିଖରେ ରାଜ୍‌ ଠାକରେ ଏକ ରାଲିର ଆୟୋଜନ କରିବେ, ଯେଉଁଥିରେ ଶରଦ୍‌ ପାଓ୍ଵାରଙ୍କ ନେତୃତ୍ୱଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସମର୍ଥନ ଦେବ ବୋଲି କୁହାଯାଉଛି।

Advertisment

publive-image

ଏମଏନ୍‌ଏସର ଭୋଟ୍‌ ହାର ହ୍ରାସ ହେଉଥିବା ହେତୁ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ୨୦୦୯ ଲୋକସଭା ନିର୍ବାଚନ ରେ ରାଜ୍ୟରେ ୪.୦୭ପ୍ରତି ଭୋଟ ହାସଲ କରଥିଲା ଏମ୍‌ ଏନ୍‌ ଏସ। ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ପାର୍ଟି ଗୋଟିଏ ବି ଲୋକସଭା ଆସନରୁ ବିଜୟୀ ହୋଇନଥିଲା । ଅପରପକ୍ଷରେ ବିଧାନସଭା ନିର୍ବାଚନରେ ଏମଏନଏସ ୨୫୦ ଆସନରୁ ମାତ୍ର ଗୋଟିଏ ଆସନରୁ ବିଜୟୀ ହୋଇଥିଲା।ଏହାର ଏକମାତ୍ର ବିଧାୟକ ବି ଦଳ ଛାଡ଼ିଛନ୍ତି।