ଭୁବନେଶ୍ବର: ଚାନ୍ଦି ଭଣ୍ଡାର ପକ୍ଷରୁ ରଥଯାତ୍ରା ଅବସ‌ରରେ ଏହାର ସହିଦନଗର ଷ୍ଟୋର୍‌କୁ ପୁନଃ ଉଦ୍‌ଘାଟନ  କରାଯାଇଥିବା ବେଳେ ମୋ କାଳିଆ କଲେକ୍ସନର ଶୁଭାରମ୍ଭ କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କଠାରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଥିବା ଏହି କଲେକ୍ସନରେ ଓଡ଼ିଶାର ଆଧ୍ୟାତ୍ମିକ, କଳାତ୍ମକ ଐହିତ୍ୟ ପ୍ରତିଫଳିତ ହୋଇଛି। ପୁରୁଷମାନଙ୍କ ଲାଗି ପ୍ରସ୍ତୁତ କରାଯାଇଥିବା ଏହି କଲେକ୍ସନ‌ରେ କଫ୍‌ଲିଙ୍କ, ପେ‌ଣ୍ଡାଣ୍ଟ, ବ୍ରେସ୍‌ଲେଟ୍‌ ଓ ବ୍ରୁଚେସ୍‌ ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ,  ରଥ ଚକ, ମନ୍ଦିର କାରୁକାର୍ଯ୍ୟ, ନୀଳଚକ୍ର ଓ ଶଙ୍ଖ ଆଦିକୁ ଗହଣାଗୁଡ଼ିକରେ ସ୍ଥାନିତ କରାଯାଇଛି। ଗ୍ରାହକମାନେ ମୋ କାଳିଆ କଲେକ୍ସନ‌ରେ ଫ୍ଲାଟ୍‌ ୧୦ ପ୍ରତିଶତ ରିହାତି ପାଇପାରିବେ। ଚାନ୍ଦି ଭଣ୍ଡାରର ନବୀକୃତ ‌ଷ୍ଟୋର୍‌କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର ଉଦ୍‌ଘାଟନ କରିଛନ୍ତି। ୧୨ ବର୍ଷ ପୂର୍ବେ ମଧ୍ୟ ସେ ଏହି ଷ୍ଟୋର୍‌କୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଚାନ୍ଦି ଭଣ୍ଡାର୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଅଭିନେତ୍ରୀ ଶିବାନୀ ସଙ୍ଗିତା, ଶୈଳେନ୍ଦ୍ର ସାମନ୍ତରାୟ, ଚାନ୍ଦି ଭଣ୍ଡାର ଯୋଗେନ୍ଦ୍ର ହଂସ,  ଲିପ୍‌ସା ହଂସ, ମାଣିକ ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସାରା ରାଜ୍ୟରେ ଚାନ୍ଦି ଭଣ୍ଡାରର ୨୩ଟି ଷ୍ଟୋର୍‌ ରହିଛି।