ଜୟପୁର: ୨୦୧୭ ମସିହାରେ ଭିଡହିଂସାରେ ପ୍ରାଣ ହରାଇ ଥିବା ରାଜସ୍ଥାନ ଅଲଓ୍ଵାରର ପେହେଲୁ ଖାନଙ୍କ ହତ୍ୟା ମାମଲାରେ ରାଜସ୍ଥାନ ପୁଲିସ୍ ଚାର୍ଜସିଟ ଦାଖଲ କରିବା ପରେ ପରିବାର ଲୋକ ଏହାକୁ ଅସ୍ୱୀକାର କରିଛନ୍ତି। ପେହେଲୁ ଗୋଚାଲାଣ କରୁନଥିଲେ। ସେ ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ତାଙ୍କ ବିରୋଧରେ ପୁଲିସ ଚାର୍ଜସିଟ୍ ଦାଖଲ କରି ଅନ୍ୟାୟ କରିଛି ବୋଲି ପରିବାର ଲୋକ କହିବା ପରେ ଏ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସେ କହିଛନ୍ତି ପେହେଲୁ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। ଘଟଣାର ପୁନଃତଦନ୍ତ କରାଯାଇ ଉଚିତ ନ୍ୟାୟ ପ୍ରଦାନ କରାଯିବ।
ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଭିଡହିଂସାରେ ପ୍ରାଣ ହରାଇ ଥିବା ରାଜସ୍ଥାନ ଅଲଓ୍ଵାରର ପେହେଲୁ ଖାନଙ୍କ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ରାଜସ୍ଥାନ ପୁଲିସ। ଏହି ଚାର୍ଜସିଟରେ ଦର୍ଶାଯାଇଛି କି ପେହେଲୁ ଖାନ୍ ଚୋରା ଗୋଚାଲାଣରେ ସଂପୃକ୍ତ ଥିଲେ। ଖାନଙ୍କ ସହ ତାଙ୍କର ଦୁଇ ପୁଅଙ୍କ ଇର୍ସାଦ(୨୫) ଏବଂ ଅରିଫ୍(୨୨)ଙ୍କ ନାମରେ ବି ଚାର୍ଜସିଟ୍ ଦାଖଲ ହୋଇଛି।
This is a separate case which was registered and investigated under previous government in 2017-18 against Mr Arif, Mr Irshad and Mr Khan Mohd (Transporter),
3/4— Ashok Gehlot (@ashokgehlot51) June 29, 2019
ସୂଚନା ଅନୁସାରେ, ୨୦୧୭ ଏପ୍ରିଲ୍ ପହିଲାରେ ଏକ ଗୋରୁ ଭର୍ତ୍ତି ଗାଡ଼ି ସହ ନିଜ ଘରକୁ ଯାଉଥିବା ବେଳେ ଅଲଓ୍ଵାରରେ କେତେକ ଆତ୍ମଘୋଷିତ ଗୋରକ୍ଷକ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଏପ୍ରିଲ ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ପେହେଲୁଙ୍କର ମୃତ୍ୟୁ ହୋଇଥିଲା। ‘ଗୋ ରକ୍ଷକ’ଙ୍କ ଦ୍ୱାରା ଉପୁଜିଥିବା ଭିଡ଼ ହିଂସାରେ ପେହେଲୁ ପ୍ରାଣ ହରାଇବା ପରେ ରାଜସ୍ଥାନରେ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।
ଏହି ଘଟଣାର ତଦନ୍ତ କରି ପୁଲିସ୍ ଜାଣିବାକୁ ପାଇଛି ଯେ ପେହେଲୁ ଓ ତାଙ୍କର ଦୁଇ ପୁଅ ମିଶି ସେ ସମୟରେ ଗୋଚାଣ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ଗାଡ଼ିକୁ ଧରିଥିଲେ। ‘ଗୋ ରକ୍ଷକ’ଙ୍କ ହାତରେ ତାଙ୍କ ଗାଡ଼ି ପଡ଼ିବା ପରେ ସେ ଗାଡ଼ିକୁ ଅଟକାଇ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ଆସି ତାଙ୍କୁ ଧରି ନେଇ ହେପାଜତରେ ରଖିବା ବେଳେ ତାଙ୍କ ଜୀବନ ଯାଇଥିଲା। ‘ଗୋ ରକ୍ଷକ’ ମାନେ ମାରଧର କରି ନାହାନ୍ତି ବୋଲି ପୁଲିସ୍ ସୂଚନା ଦେଇ କହିଛି।
Congress in “Power” is replica of BJP ,Muslims of Rajasthan must realise this,reject such individuals/organisations who are brokers of congress party,& start developing their own independent political platform ,70 years is a long time please CHANGE https://t.co/gLsimg1m50
— Asaduddin Owaisi (@asadowaisi) June 29, 2019
ମାତ୍ର ଏହାକୁ ଗ୍ରହଣ କରିନାହାନ୍ତି ପେହେଲୁଙ୍କ ପରିବାର ଲୋକ। ସେମାନେ କହିଛନ୍ତି, ଆମ ବାପା ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ଆମ ବିରୋଧରେ ପୁଲିସ ଚାର୍ଜସିଟ୍ ଦାଖଲ କରିଛି। ଏହା ଆମପ୍ରତି ଅନ୍ୟାୟ। ରାଜସ୍ଥାନର କଂଗ୍ରେସ ସରକାର ଆମକୁ ନ୍ୟାୟ ଦେବେ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ସେଭଳି କିଛି ହେଲା ନାହିଁ। ପେହେଲୁ ନିକଟସ୍ଥ ଏକ ଗୋରୁ ହାଟରୁ ଗୋରୁ ଖରିଦ କରି ଘରକୁ ଫେରୁ ଥିଲେ ସେ ଚୋରାଚାଲାଣରେ ସଂପୃକ୍ତ ନ ଥିଲେ ବୋଲି ତାଙ୍କ ଦୁଇ ପୁଅ ସ୍ପଷ୍ଟ କରିଛନ୍ତି।