ଗୋରୁ ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟିପିଟି ମାରିଦେଲେ ଉତ୍ୟକ୍ତ ଲୋକେ, ଅନ୍ୟ ଜଣେ ଗୁରୁତର, ଭିଡିଓ ହେଲା ଭାଇରାଲ

ହାପୁର (ଉତ୍ତରପ୍ରଦେଶ): ଗାଈ ଚୋରି ଓ ହତ୍ୟା ଗୁଜବରେ ପ୍ରଭାବିତ ହୋଇ ରାଜଧାନୀ ନୂଆଦିଲ୍ଲୀ ଠାରୁ ୭୦ କିଲୋମିଟର ଦୂର ହାପୁର ଠାରେ ଉତ୍ୟକ୍ତ ଜନତା ଦୁଇଜଣ ଅଭିଯୁକ୍ତଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରିବା ଘଟଣାର ଏକ ଭିଡିଓ ଚିତ୍ର ଭାଇରାଲ ହେବା ପରେ ଏହି ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ରାଜଧାନୀ ନୂଆଦିଲ୍ଲୀ ଠାରୁ ୭୦ କିଲୋମିଟର ଦୂର ହାପୁରର ପାଲାକହୁଆ ଗ୍ରାମରେ ଗତ ସୋମବାର ଦିନ କେତେକ ଉତ୍ୟକ୍ତ ଗ୍ରାମବାସୀ ଗାଈ ଚୋର ଓ ଗାଈ ହତ୍ୟାକାରୀ ଅଭିଯୋଗରେ ମୁସଲମାନ ସଂପ୍ରଦାୟର ଦୁଇଜଣ ବ୍ୟକ୍ତି ବିଶେଷଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ କାସିମ୍‌ (୪୫) ନାମକ ଜନୈକ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଶ୍ୟାମ୍‌ସୁଦ୍ଦିନ୍‌ (୬୫) ନାମକ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଶ୍ୟାମସୁଦ୍ଦିନ୍‌ ଏବେ ଏକ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ, ଏଇ ପୂରା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର