ନୂଆଦିଲ୍ଲୀ: ଲିଞ୍ଚିଙ୍ଗରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର  କାର୍ଯାନୁଷ୍ଠାନ ପାଇଁ ସଂସଦରେ ଆଇନ ଆଣିବାକୁ କେନ୍ଦ୍ରକୁ ସୁପ୍ରିମ୍‌ କୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ:  କେଉଁଠି  ପିଲାଚୋର ସନ୍ଦେହରେ ତ କେଉଁଠି  ଗୋମାଂସ ଚାଲାଣ  ଅଭିଯୋଗଓ ଗୋ ରକ୍ଷା ଆଳରେ  ଉତ୍ତ୍ୟକ୍ତ ଜନତା ନିରିହ ଲୋକଙ୍କୁ ବିନା ବିଚାରରେ ଅତି ନିର୍ଦ୍ଦୟଭାବରେ ପିଟିପିଟି ମାରି ଦେଉଥିବା ଘଟଣା ଗତ କିଛି ଦିନହେଲା ସମଗ୍ର ବୁଦ୍ଧିିଜୀବୀଙ୍କ ମଧ୍ୟର ଉଦ୍‌ବେଗ ପ୍ରକାଶ କରିଛି। ଆଜି ଦେଶର ସର୍ବୋଚ୍ଚ ନ୍ୟାୟଳୟ ମଧ୍ୟ ଅନୁରୂପ ଭାବେ ଏହି ପିଟିପିଟି ମାରିଦେବା ଘଟଣା ନେଇ ଉଦ୍‌ବଗ ପ୍ରକାଶ  କରିବା ସହତ କହିଛନ୍ତି ଯେ ଏପରି ଜଘନ୍ୟ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ଏହି କାର୍ଯ୍ୟରେ ସମ୍ପୃକ୍ତ ଲୋକଙ୍କୁ କଠୋର ହସ୍ତରେ ଦମନ କରାଯିବା ଉଚିତ। ଦେଶର କୌଣସି ନାଗରିକ ଆଇନକୁ ହାତକୁ ନେଇ ପାରିବେ ନାହିଁ ବୋଲି  ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଥିପାଇଁ ସରକାର ସଂସଦରେ  ଏହି ଜଘନ୍ୟ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର  କାର୍ଯାନୁଷ୍ଠାନ ପାଇଁ ସଂସଦରେ ଆଇନ ପ୍ରଣୟନ କରିବାକୁ ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚରପତି ଜଷ୍ଟିସ ଦୀପକ କୁମର ମିଶ୍ର, ଜଷ୍ଟିସ ଏଏମ ଖନଓ୍ଵିଲକର ଓ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟ ବେଞ୍ଚ କହିଛନ୍ତି ଯେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର  ଭବିଷ୍ୟତରେ ଅମାନୁଷିକଭାବେ ପିଟିପିଟ ହତ୍ୟା ଘଟଣା ଯେପରି ନ ଘଟେ ସେଥିପାଇଁ ପ୍ରତିଷେଧକ, ଦଣ୍ଡନୀୟ ବ୍ୟବସ୍ଥା ଗ୍ରହଣ କରିବା ଜରୁରି। ଏ ନେଇ ପୂର୍ବରୁ ସର୍ବୋଚ୍ଚ ଅଦାଲତ ଦେଇଥିବା ନିର୍ଦ୍ଦେଶନାମା ରାଜ୍ୟରେ କିପରି କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କିତ ରିପୋର୍ଟ ଉଭୟ କେନ୍ଦ୍ର ସରକର ଓ ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତରେ ଉପସ୍ଥାପନ କରିବାକୁ  ସୁପ୍ରିମ୍‌କୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ ସ୍ପଷ୍ଟଭାବେ କହିଛନ୍ତି ଯେ ଉଦ୍ଦେଶ୍ୟ ଯାହା ହୋଇ ଥାଉନା କାହିଁ, ପିଟିପିଟି ଜଣକୁ ହତ୍ୟା କରିବା ଏକ ଜଘନ୍ୟ ଅପରାଧ। ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ  ଅଧିକ ସତର୍କହେବା ଜରୁରି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସମ୍ବନ୍ଧିତ ଖବର