ମୁମ୍ବାଇ: ମୋବାଇଲ ଚୋରି ଘଟଣାକୁ ନେଇ ମୁମ୍ବାଇରେ ଜଣେ ୩୦ ବର୍ଷୀୟ ଯୁବକଙ୍କୁ କିଛି ବ୍ୟକ୍ତି ପିଟିପିଟି ମାରିଦେଇଛନ୍ତି | ମୁମ୍ବାଇର ସାଣ୍ଟା କ୍ରୁଜ୍ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି,ଯେଉଁଠାରେ ଭିଡହିଂସାର ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ କିଛି ବ୍ୟକ୍ତି ୩୦ ବର୍ଷୀୟ ଶାହାଜାଦ ଖାନଙ୍କୁ ବାଡ଼ିରେ ପିଟିପିଟି ମାରିଦେଇଛନ୍ତି | ଶୁକ୍ରବାର ଦିନ ମୁକ୍ତାନନ୍ଦ ପାର୍କ ଅଂଚଳରେ ଏହି ଘଟଣା ଘଟିଥିବାବେଳେ ଆଜି ମୃତକଙ୍କ ଭାଇଙ୍କ ଅଭିଯୋଗ ପରେ ପୁଲିସ ୬ ଅଭିଯୁକ୍ତଙ୍କ ଉପରେ ହତ୍ୟା ମାମଲା ରୁଜୁ କରିଛି।
ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମୋବାଇଲ ଚୋରି ଉଦ୍ଦେଶ୍ୟରେ ଶାହାଜାଦ ଖାନ ଆସିଥିବାବେଳେ କିଛି ଲୋକ ତାଙ୍କୁ ଧରି ପିଟିବା ଆରମ୍ଭ କରିଥିଲେ। ତେବେ ଶାହାଜାଦଙ୍କ ଭାଇ ଏହି ସବୁ ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ତାଙ୍କ ଭାଇ ଚୋରି ଉଦ୍ଦେଶ୍ୟରେ ଯାଇନଥିଲେ । ମୃତକଙ୍କ ଭାଇ କହିଛନ୍ତି ଯେ, 'ମୋ ଭାଇ ଡ୍ରଗ୍ସ ନେଉଥିଲେ, ସେ ସାଙ୍ଗମାନଙ୍କ ସହିତ ମୁକ୍ତାନନ୍ଦ ପାର୍କକୁ ଡ୍ରଗ୍ସ ନେବାକୁ ଯାଉଥିଲେ |
ତେବେ କିଛି ସମୟ ପରେ ମୋ ଭାଇ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡିଥିବାର ଆମେ ଜାଣିବାକୁ ପାଇଥିଲୁ | ଘଟଣାସ୍ଥଳକୁ ଆମେ ଯାଇ ଭାଇକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ, ତେବେ ଭାଇର ମୃତ୍ୟୁ ହୋଇଯାଇଥିଲା' | ମୃତକଙ୍କ ଭାଇଙ୍କ ଅଭିଯୋଗ ପରେ ପୁଲିସ ଆଇପିସିର ଧାରା ୩୦୨, ୩୪୨ ଏବଂ ୩୪ ଅନୁଯାୟୀ ମାମଲା ରୁଜୁ କରିଛି ଓ ମୁମ୍ବାଇ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/attack.jpg)