କେମିତି ପଶ୍ଚିମବଙ୍ଗର କୁଚ୍ବିହାରରେ ଆରମ୍ଭ ହୋଇଥିଲା ହିଂସା? କେମିତି ଗଲା ୪ଜଣଙ୍କ ଜୀବନ? ଜବାବ ରଖିଲା ସିଆଇଏସଏଫ

କୋଲକାତା: ଆଜି ପଶ୍ଚିମବଙ୍ଗର କୁଚ୍‌ ବିହାର ଜିଲ୍ଲା ଅନ୍ତର୍ଗତ ସୀତଲକୁଚି ମତଦାନ ବୁଥ ବାହାରେ ସଂଘର୍ଷ ଘଟି ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ୪ଜଣ ବ୍ୟକ୍ତି ଟିଏମସି କର୍ମୀ ଥିଲେ ବୋଲି ଜଣାପଡ଼ିଥିବା ବେଳେ ଏବେ ପୂରା ଘଟଣା ବିଷୟରେ ଜଣାଇଛି ସିଆଇଏସଏଫ। ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ଏବଂ ପୋଲିଂ କର୍ମଚାରୀଙ୍କୁ ବଞ୍ଚାଇବାକୁ ଯାଇ ସିଆଇଏସଏଫ ଗୁଳି ଚଳାଇଥିବା କହିଛି।

कोच बिहार में बूथ के अंदर हिंसा के बाद का नजारा
aajtak

ସିଆଇଏସଏଫ ମୁତାବକ, ବୁଥରେ ପହଞ୍ଚିବାରେ ପ୍ରତିରୋଧ କରୁଥିବା ଜନସାଧାରଣଙ୍କୁ ହଟାଇ ମତଦାତାଙ୍କୁ ମତଦାନ କେନ୍ଦ୍ରରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଏକ ଛୋଟ ପିଲାଟି ତଳେ ପଡ଼ିଯାଇଥିଲା। ଏହାକୁ ନେଇ ସକାଳ ୯ଟା ୩୫ମିନିଟ ସମୟରେ ବୁଥ୍ ନଂ ୧୨୬ନିକଟରେ ପ୍ରାୟ ୫୦ରୁ ୬୦ଜଣ ଲୋକ ସିଆଇଏସଏଫର କ୍ବିକ୍ ରେସପନ୍ସ ଟିମ ଉପରେ ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ସିଆଇଏସଏଫର କ୍ବିକ୍ ରେସପନ୍ସ ଟିମ ପବନରେ ୬ରାଉଣ୍ଡ ଗୁଳି ଚଳାଇଥିଲେ। ଏହା ପରେ ସିଆଇଏସଏଫର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସେଠାରୁ ଚାଲି ଆସିଥିଲେ।  ଏହାର ଘଣ୍ଟାକ ପରେ ପାଖାପଢ଼ି ୧୫୦ଜଣ ଦୁର୍ବୃତ୍ତ ବୁଥ ନମ୍ବର ୧୮୬ରେ ପହଞ୍ଚି ଡିୟୁଟିରେ ଥିବା ମତଦାନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ସେ ହୋମ ଗାର୍ଡ ଏବଂ ଆଶା କର୍ମଚାରୀଙ୍କୁ ମାଡ଼ ମାରିବା ସହ ବୁଥ ଭିତରକୁ ଆସି ଭଙ୍ଗାରୁଜା କରିଥିଲେ। କିଛି ଦୁର୍ବୃତ୍ତ ସିଆଇଏସଏଫ କର୍ମଚାରୀଙ୍କ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଧିରେ ଧିରେ ପରିସ୍ଥିତି ଅସମ୍ଭାଳ ହେବାରୁ ସିଆଇଏସଏଫର କ୍ବିକ୍ ରେସପନ୍ସ ଟିମ ନିଜ ଜୀବନ ବଞ୍ଚାଇବାକୁ ଯାଇ ଗୁଳି ଚଳାଇଥିଲେ, ଯାହାଦ୍ବାରା ୪ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର