ଅଲୱର: ରାଜସ୍ଥାନର ଅଲୱରରେ ଆଜି ଏକ ଭିଡ଼ ହିଂସା ମାମଲା ସାମ୍ନାକୁ ଆସିଛି। ବାନ୍ସୁର ଗ୍ରାମରେ କାଠ କାଟିବାକୁ ଯାଇଥିବା ୩ ଜଣ ମୁସ୍ଲିମ ଯୁବକଙ୍କୁ ୩୦ରୁ ଅଧିକ ଲୋକଙ୍କ ଭିଡ଼ ଘେରିଯାଇଥିଲେ। ସେମାନେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏ ନେଇ ଅଲୱରର ହରସୋରା ଥାନାରେ ମାମଲା ରୁଜୁ ହୋଇଛି ଏବଂ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ଅଭିଯାନ ଆରମ୍ଭ କରିଛି। ଆଜି ଅପରାହ୍ନରେ ଏହି ହିଂସା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲଗାତାର କାଠ ଚୋରି ଅଭିଯୋଗରେ ଏହି ଆକ୍ରମଣ ହୋଇଥିବା ବେଳେ ଏହା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp