ଏଣିକି ଏମ୍‌-ଆଧାର ଦେଖାଇ ବିମାନବନ୍ଦରରେ ପ୍ରବେଶ କରିପାରିବେ ଯାତ୍ରୀ

ନୂଆଦିଲ୍ଲୀ: ମୋବାଇଲରେ ଆଧାର ଅର୍ଥାତ ଏମ୍‌-ଆଧାର ବ୍ୟବହାର କରି ଏଣିକି ବିମାନବନ୍ଦରରେ ଯାତ୍ରୀ ପ୍ରବେଶ କରି ପାରିବେ ବୋଲି ଶନିବାର ଘୋଷଣା କରାଯାଇଛି। ତେବେ ବିମାନବନ୍ଦରରେ ଏମ୍‌ -ଆଧାରକୁ ପରିଚୟ ପ୍ରମାଣ ପତ୍ର ଭାବେ ଯାତ୍ରୀ ବ୍ୟବହାର କରିପାରିବେ। ଏଥିସହିତ ଯାତ୍ରୀ ଯଦି ନିଜ ପିତା-ମାତାଙ୍କ ସହିତ ବିମାନବନ୍ଦରରେ ଆସୁଛନ୍ତି ତେବେ ତାଙ୍କର କୌଣସି ପରିଚୟ ପତ୍ରର ଆବଶ୍ୟକ ପଡ଼ିବ ନାହିଁ। ଏହି ସୂଚନା ଏବିଏସନ୍‌ ସୁରକ୍ଷା ଏଜେନ୍ସି ବ୍ୟୁରୋ ଅଫ ସିଭିଲ ଏବିଏସନ୍‌ ସିକ୍ୟୁରିଟି (ବିସିଏଏସ) ପକ୍ଷରୁ ଜଣାପଡ଼ିଛି। ଏଥିସହିତ ବିସିଏଏସ ପକ୍ଷରୁ ୧୦ଟି ପରିଚୟ ପ୍ରମାଣ ପତ୍ରର ତାଲିକା ଜାରି କରାଯାଇଛି।

ବିମାନବନ୍ଦରରେ ପ୍ରବେଶ ପାଇଁ ଯାତ୍ରୀମାନଙ୍କୁ ଏହି ୧୦ଟି ପରିଚୟ ପ୍ରମାଣ ପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡ଼ିବ, ତେବେ ଯାଇ ଏୟାରପୋର୍ଟ ଭିତରେ ପ୍ରବେଶ କରି ପାରିବେ।

ଏବିଏସନ୍‌ ସୁରକ୍ଷା ଏଜେନ୍ସି ବ୍ୟୁରୋ ଅଫ ସିଭିଲ ଏବିଏସନ୍‌ ସିକ୍ୟୁରିଟି ବିସିଏଏସ ଦ୍ୱାରା ଜାରି କରାଯାଇଥିବା ପରିଚୟ ପ୍ରମାଣ ପତ୍ର ତାଲିକାରେ, ପାସପୋର୍ଟ, ଭୋଟର ଆଇଡି କାର୍ଡ, ଆଧାର କିମ୍ବା ଏମ୍‌-ଆଧାର, ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ସାମିଲ ରହିଛି।

ବିସିଏଏସ ଯେଉଁ ସର୍କୁଲାର ଜାରି କରିଛି ସେହି ନିୟମାନୁଯାୟୀ, ସଠିକ ବ୍ୟକ୍ତି ଯାତ୍ରା କରୁଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଉପରୋକ୍ତ ୧୦ଟି ପରିଚୟ ପ୍ରମାଣ ପତ୍ର ମଧ୍ୟରୁ ଗୋଟିଏ ରହିବା ବାଧ୍ୟତାମୂଳକ। ଏହି ପ୍ରମାଣ ପତ୍ର ବ୍ୟବତୀତ କୌଣସି ନ୍ୟାସନାଲ ବ୍ୟାଙ୍କର ପାସ୍‌ବୁକ, ପେନସନ୍‌ କାର୍ଡକୁ ବି ପରିଚୟ ପ୍ରମାଣ ପତ୍ର ଭାବେ ସ୍ୱୀକାର କରାଯିବ। ଛାତ୍ରଛାତ୍ରୀଙ୍କ ପାଖରେ ସରକାରୀ ଇନଷ୍ଟୁଚ୍ୟୁଟ ଦ୍ୱାରା ଜାରି କରାଯାଇଥିବା ଫଟୋ ଆଇଡି କାର୍ଡ ବି ଏୟାରପୋର୍ଟରେ ଦେଖାଇ ପ୍ରବେଶ କରିବାର ବିକଳ୍ପ ରହିଛି।

ସମ୍ବନ୍ଧିତ ଖବର