ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ମୋବାଇଲ ଆପ୍‌ ଉନ୍ମୋଚିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ରାସ୍ତାରେ ବେପାର କରୁଥିବା ଲୋକ (ଷ୍ଟ୍ରିଟ ଭେଣ୍ଡର)ଙ୍କୁ ନିଜ ଘର ପାଖରେ ଋଣ ସୁବିଧା ଯୋଗାଇଦେବା ନିମନ୍ତେ ଉଦ୍ଦିଷ୍ଟ ମୋବାଇଲ ଆପ୍‌ ଆଜି ଉନ୍ମୋଚିତ ହୋଇଯାଇଛି। କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ରଙ୍କ ଦ୍ୱାରା ନୂଆଦିଲ୍ଲୀଠାରେ ଏହା ଉନ୍ମୋଚିତ ହୋଇଛି ।

ଏହାର ନାମ ରଖାଯାଇଛି ପିଏମ୍‌ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ବା ପିଏମ୍‌ ସ୍ୱନିଧି ଆପ୍‌ । ଏହି ଆପ୍‌ରେ ବିଭିନ୍ନ ଋଣ ଲଗାଣକାରୀ ସଂସ୍ଥା ଓ ସେମାନଙ୍କର କ୍ଷେତ୍ରଭିତ୍ତିକ ଅଧିକାରୀଙ୍କ ସଂପର୍କରେ ସୂଚନା ଦିଆଯିବା ସହ କିପରି ଏହି ଋଣ ପାଇଁ ଷ୍ଟ୍ରିଟ ଭେଣ୍ଡରମାନେ ଆବେଦନ କରିପାରିବେ ତଥା ଋଣ ମଂଜୁରୀର ବିଭିନ୍ନ ଦିଗ ସଂପର୍କରେ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି । ଏହା ବ୍ୟବହାର ପାଇଁ ଅତ୍ୟନ୍ତ ସରଳ ଓ ସହଜ ।

ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି ଉନ୍ମୋଚନ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ସହରାଞ୍ଚଳ ବିକାଶ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରମୁଖ ସଚିବଗଣ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀଗଣ ଭାଗ ନେଇଥିଲେ ।

ସମ୍ବନ୍ଧିତ ଖବର