ନୂଆଦିଲ୍ଲୀ: ଫିଲିପିନ୍ସରେ ଏଡସ୍ ସଚେତନତା ବାର୍ତ୍ତା ପ୍ରଚାରକାରୀମାନେ ମନିଲାରେ ଥିବା ରେସ୍ତୋରାଁ ଓ ଦୋକାନ ସହିତ ମିଶି ମାଗଣା କଣ୍ଡୋମ୍ ବଣ୍ଟନ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନର ଲକ୍ଷ୍ୟ ସୁରକ୍ଷିତ ସମ୍ଭୋଗ ଓ ଏଚ୍ଆଇଭି ସଂକ୍ରମଣରୁ ସଂଖ୍ୟା ହ୍ରାସ କରିବା। ଏଡସ୍ ସଚେତନତା ବାର୍ତ୍ତା ପ୍ରଚାରକାରୀ ମିଶି ଏକ ସ୍ମାର୍ଟଫୋନ୍ ଆପ୍ ବି ବାହାର କରିଛନ୍ତି। ଯାହା ଜରିଆରେ ସାଧାରଣ ଲୋକଙ୍କୁ ମାଗଣା କଣ୍ଡୋମ ବଣ୍ଟନକାରୀଙ୍କ ସୂଚନା ମିଳି ପାରିବ। ଏଥିରେ ଏ ସମ୍ପର୍କରେ ଅଧିକ ସୂଚନା ମଧ୍ୟ ଦିଆଯାଇଛି।
/sambad/media/post_attachments/wp-content/uploads/2018/02/Mans-hands-holding-phone-012-300x180.jpg)
ଏହି ଅଭିଯାନର ମୁଖ୍ୟ ଭୂମିକାରେ ଅଛନ୍ତି, ‘ସେଭ୍ ତ ଚାଇଲ୍ଡ’ ଏଣ୍ଡ ‘ଲଭ୍ ଇୟୋର୍ସ’ ସୋସିଆଲ ଗ୍ରୁପ୍। ଦେଶରେ କମ୍ କଣ୍ଡୋମ୍ ବ୍ୟବହାର ସ୍ଥାନରେ ଏହି ଅଭିଯାନ ପ୍ରଥମେ ଆରମ୍ଭ କରାଯାଇଛି। ଏଚଆଇଭି ସଂକ୍ରମଣ ଜନିତ ସଚେତନା ବର୍ତ୍ତା ପ୍ରଦାନ କରିବା ପାଇଁ ମନିଲାରେ ୩୦ଟି କଣ୍ଡୋମ୍ ବଣ୍ଟନକାରୀଙ୍କୁ ନିୟୋଜିତ କରାଯାଇଛି। ଏହି ସଙ୍ଗଠନର ଲକ୍ଷ୍ୟ ଦେଶର ୧୫୦ଟି ସ୍ଥାନରେ କଣ୍ଡୋମ୍ ବଣ୍ଟନକାରୀଙ୍କୁ ନିୟୋଜିତ କରିବ।
/sambad/media/post_attachments/wp-content/uploads/2018/02/85c42586-c470-11e7-9f00-d8b0ccf89a9f_image_hires_100205-300x169.jpg)
ଯୁକ୍ତରାଷ୍ଟ୍ର ଆମେରିକା, ଫିଲିପିନ୍ସରେ ଏସିଆ-ପ୍ରାନ୍ତ ଅଞ୍ଚଳରେ ଏଚଆଇଭି/ଏଡସ୍ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ଅଧିକାରୀଙ୍କ କହିବାନୁସାରେ, ଅସୁରକ୍ଷିତ ଯୌନ ସମ୍ପର୍କ ହେତୁ ଅଧିକାଂଶ ଏଚଆଇଭି/ଏଡସ୍ ମାମଲା ସାମ୍ନାକୁ ଆସୁଛି। ତିନି ଜଣ ନୂଆ ଏଚଆଇଭି ସଂକ୍ରମଣ ମଧ୍ୟରୁ ଦୁଇଜଣ ୧୫ରୁ ୨୪ ବର୍ଷର ପୁରୁଷ ରହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/GettyImages-181264085-1.jpg)