ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ି ଚାଲିଥିବା କୋଭିଡ୍–୧୯ ରୋଗୀଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର କେଜ୍ରିୱାଲ୍ ସରକାର ସହରର ୭୯ଟି ଯାକ ସଂକ୍ରମଣ ପ୍ରବଣ ଅଳରେ ଦ୍ରୁତ ନମୁନା ପରୀକ୍ଷା କରିବା ପାଇଁ ସୋମବାର ନିଷ୍ପତ୍ତି ନେଇଛନ୍ତିା ଏଥିପାଇଁ ବନ୍ଦୀମାନଙ୍କୁ ପରିବହନ କରୁଥିବା ୨୫ଟି ଭ୍ୟାନ୍କୁ ଭ୍ରାମ୍ୟମାଣ ପରୀକ୍ଷାଗାରରେ ରୂପାନ୍ତରିତ କରିିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଥିବା ଜାଣିବାକୁ ମିଳିଛିା ସେହି ସବୁ ଅଳରେ ସଂକ୍ରମଣକୁ ସୀମିତ ରଖିବା ଲାଗି ସରକାର ଏଭଳି ପଦକ୍ଷେପ ନେଉଥିବା କୁହାଯାଇଛିା ଆଗାମୀ ୩ରୁ ୪ ଦିନ ଭିତରେ ସରକାର ଏହି ସବୁ ସଂକ୍ରମଣପ୍ରବଣ ଅଳରେ ବିକ୍ଷିପ୍ତ ଭାବରେ ୪୦,୦୦୦ ପର୍ଯ୍ୟନ୍ତ ଲୋକଙ୍କର ଦ୍ରୁତ ନମୁନା ପରୀକ୍ଷା କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ଅବଶ୍ୟ ଆବଶ୍ୟକ ସଂଖ୍ୟକ ପରୀକ୍ଷଣ କିଟ୍ ଉପଲବ୍ଧ ହୋଇପାରିଥିବାରୁ ସରକାର ଏଭଳି ଚିନ୍ତା କରିଛନ୍ତିା
ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୨୫ଟି ବନ୍ଦୀବୁହା ଗାଡି଼କୁ ଭ୍ରାମ୍ୟମାଣ ପରୀକ୍ଷାଗାର କରାଯିବା ସେଥି ମଧ୍ୟରୁ ଦିଲ୍ଲୀର ୧୧ଟି ଯାକ ରାଜସ୍ବ ଜିଲ୍ଲା ପାଇଁ ୨ଟି ଲେଖାଏଁ ପରୀକ୍ଷାଗାର ନିୟୋଜିତ ହେବାକୁ ଥିବା ବେଳେ ବାକି ୩ଟି ପରୀକ୍ଷାଗାରକୁ ଜରୁରୀ ଆବଶ୍ୟକତା ପାଇଁ ପ୍ରସ୍ତୁତ କରି ରଖାଯିବା ସୂଚନାଥାଉ କି, ଗତ ଶନିବାର ଦିଲ୍ଲୀର ୧୮୬ ଜଣଙ୍କ ଠାରେ କୌଣସି ଲକ୍ଷଣ ନଥାଇ ମଧ୍ୟ କରୋନା ଭୂତାଣୁ ରହିଥିବା ସ୍ପଷ୍ଟ ହେଲା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏପରି ପଦକ୍ଷେପ ନେଉଥିବା ଜଣାଯାଇଛିା କାରଣ ଏହି ନିରବ ସଂକ୍ରମଣକାରୀମାନଙ୍କ ଯୋଗୁଁ ଭିତରେ ଭିତରେ ଅନ୍ୟମାନେ ମଧ୍ୟ ସଂକ୍ରମିତ ହେଉଥିବା ଚିନ୍ତାର ବିଷୟ ହୋଇଛିା ତେଣୁ ସେହି ଭଳି ନିରବ ରୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏକାନ୍ତବାସରେ ରଖିବା ପାଇଁ ଏପରି ଦ୍ରୁତ ନମୁନା ପରୀକ୍ଷା ପାଇଁ ସରକାର ମନ ବଳାଇଥିବା ଜଣାଯାଇଛିା ଆସନ୍ତା ୨୭ ତାରିଖରେ ସରକାର ଏ ସଂକ୍ରାନ୍ତ ପରବର୍ତ୍ତୀ ସମୀକ୍ଷା କରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିା