ଜହ୍ନରେ ମୋବାଇଲ ଟାୱାର ନିର୍ମାଣ କରିବ ନାସା, ନୋକିଆକୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଜହ୍ନରେ ଘର କରିବାକୁ ସ୍ୱପ୍ନ ଦେଖୁଥିବା ମଣିଷ ପାଇଁ ବୋଧେ ଏହା ଖୁବ ଶୀଘ୍ର ସତ ହେବାକୁ ଯାଉଛି | କାରଣ ଘର ନିର୍ମାଣ ପୂର୍ବରୁ ଚନ୍ଦ୍ର ପୃଷ୍ଠରେ ମୋବାଇଲ ଟାୱାର ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛି ନାସା | ଆଉ ଏଥିପାଇଁ ନାସା ପକ୍ଷରୁ ବିଶ୍ୱର ଅଗ୍ରଣୀ ମୋବାଇଲ ନିର୍ମାତା ନୋକିଆ କୁ ଦାୟିତ୍ୱ ଦିଆଯାଇଛି | ନୋକିଆ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ପାଇଁ ୪ଜି ନେଟୱାର୍କ ସ୍ଥାପନ ପାଇଁ ଏବେ କମ୍ପାନୀ ପ୍ରସ୍ତୁତ ହେଉଛି |

ନୋକିଆ ପକ୍ଷରୁ ଏଥିପାଇଁ ଏକ ବିଶାଳ ଯୋଜନା କରାଯାଇଛି | ଚନ୍ଦ୍ର ପୃଷ୍ଠରେ କିଭଳି ହାଲୁକା, ସ୍ୱଳ୍ପ କ୍ଷମତା ସମ୍ପନ୍ନ ଏଲଟିଇ ଟାୱାର ସ୍ଥାପନ କରିବ ସେଥିପାଇଁ ଯୋଜନା କରାଯାଉଛି | ଆସନ୍ତା ୨୦୨୨ ଶେଷ ବେଳକୁ ଏହି ଟାୱାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖିଥିବାବେଳେ ନୋକିଆ କହିଛି ଯେ ଏମିତି ଟେକ୍ନୋଲୋଜି ବ୍ୟବହାର କରାଯିବ ଯାହା ଦ୍ୱାରା ରିମୋଟ ମାଧ୍ୟମରେ ରୋଭରକୁ ଦୂରରୁ ନିୟନ୍ତ୍ରଣ କରିହେବ |


ସୂଚନା ଥାଉ କି ଗତ ସପ୍ତାହରେ, ନୋକିଆର ଅନୁସନ୍ଧାନ ଟିମ ବେଲ ଲ୍ୟାବ ନାସା ସହ ଚନ୍ଦ୍ରରେ ପ୍ରଥମ ୪ଜି ଯୋଗାଯୋଗ ନେଟୱାର୍କ ନିର୍ମାଣ ପାଇଁ ୧୪.୧ ନିୟୁତ ଡଲାର ଚୁକ୍ତି କରିଥିଲା | ​​ଯାହା ଦ୍ୱାରା ଭବିଷ୍ୟତରେ ଚନ୍ଦ୍ର ବାସିନ୍ଦାମାନେ ପରସ୍ପର ସହ କଥାବାର୍ତ୍ତା କରିପାରିବେ ଏବଂ ମେସେଜ ମଧ୍ୟ ପାରିବେ। ବଡ କଥା ଯେ ଚନ୍ଦ୍ରରେ ହେବାକୁ ଥିବା ଏହି ନେଟୱାର୍କକୁ ୫ଜି କୁ ଅପଗ୍ରେଡ଼ କରିହେବ |

ସମ୍ବନ୍ଧିତ ଖବର