ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲ ନମ୍ବର ଖୁବ୍ ଶୀଘ୍ର ବଦଳି ଯିବ ବୋଲି ଏକ ଖବର ପ୍ରକାଶ ପାଇଛି। ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି ନିଶ୍ଚୟ। କେନ୍ଦ୍ରୀୟ ସଞ୍ଚାର ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ମୋବାଇଲ ନମ୍ବର ପରିବର୍ତ୍ତନ ସମ୍ପର୍କରେ ସୂଚନା ଜାରି କରିଛନ୍ତି।
/sambad/media/post_attachments/wp-content/uploads/2018/02/m2m-mobile-numbers-will-1-300x234.jpg)
ଏହି ସୂଚନାରେ କୁହାଯାଇଛି କି, ଏଣିକି ମୋବାଇଲ ନମ୍ବର ପରିବର୍ତ୍ତନ ହୋଇଯିବ। ୧୦ଅଙ୍କ ପରିବର୍ତ୍ତେ ୧୩ଅଙ୍କ ହେବ। ଗତ କିଛିଦିନ ହେବ ଦିଲ୍ଲୀରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଭାରତ ସଞ୍ଚାର ନିଗମ ଲିମିଟେଡ ଏଥିପାଇଁ ବି ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ପ୍ରୋସେସ୍କୁ ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ନମ୍ବରରେ ପୁରା କରାଯିବ। ଏହି ଯୋଜନାର କାମ ଜୁଲାଇ ୧ରୁ ଆରମ୍ଭ ହୋଇଯିବ।
/sambad/media/post_attachments/wp-content/uploads/2018/02/sim-mobile-bug-nohl-hacking_100147_730x419-m-300x172.jpg)
ଡିପାଟମେଣ୍ଟ ଅଫ ଟେଲିକମ୍(ଡିଓଟି)ଙ୍କ ମୁତାବକ, ସମସ୍ତ ୧୦ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଅକ୍ଟୋବର ୧ରୁ ୧୩ଅଙ୍କ ନମ୍ବରରେ ମାଇଗ୍ରେଟ ହେବ। ଏହି ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ କି ୧୩ଅଙ୍କ ବିଶିଷ୍ଟ ନମ୍ବରରେ କଣ୍ଟ୍ରି କୋଡ (ଭାରତର କୋଡ: +୯୧) ସାମିଲ ହେବ କି ନାହିଁ।
ସୌଜନ୍ୟ: ଇଣ୍ଡିଆ ଟୁଡେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/download-29-1.jpg)