ମୋବାଇଲ ଫୋନ୍ ପାଇଁ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟସେବା କର୍ମଚାରୀ କରୋନା ଆକ୍ରାନ୍ତ ହେଉଛନ୍ତି : ଏମ୍ସ ଡାକ୍ତର

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ରାୟପୁର ଏମ୍ସର ଜଣେ ଡାକ୍ତର ପରାମର୍ଶ ଦେଇଛନ୍ତି | ତାଙ୍କ କହିବା ମୁତାବକ, ଏହି ଉପକରଣଗୁଡିକ ଭୂତାଣୁର ଏକ ସମ୍ଭାବ୍ୟ ବାହକ ହୋଇପାରେ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ବଢାଇପାରେ।

ବିଏମଜେ ଗ୍ଲୋବାଲ ହେଲଥ ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧରେ ଡାକ୍ତରମାନେ କହିଛନ୍ତି ଯେ, ମୋବାଇଲ୍ ଫୋନ୍ ପୃଷ୍ଠଗୁଡ଼ିକ ଏକ ” ବିପଦପୂର୍ଣ୍ଣ ” ପୃଷ୍ଠ, ଯାହା ସିଧାସଳଖ ମୁହଁ କିମ୍ବା ପାଟି ସହିତ ସଂସ୍ପର୍ଶରେ ଆସିପାରେ | ହାତ ସଠିକ୍ ଭାବରେ ସଫା କରାଗଲେ ମଧ୍ୟ କେତେକ ସ୍ୱାସ୍ଥ୍ୟ କର୍ମୀ ପ୍ରତି ୧୫ ମିନିଟରେ ଥରେ ନିଜର ଫୋନ୍ ବ୍ୟବହାର କରିଥାନ୍ତି, ଯାହା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ଅଧିକ ବଢି ଯାଇଥାଏ |

Cell Phones Potential Carrier Of Coronavirus In Hospitals, Warn ...
Odisha Bytes

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ଫୋନ୍ ଗୁଡିକ ଅନ୍ୟ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସହ ଯୋଗାଯୋଗ କରିବା, ସାମ୍ପ୍ରତିକ ଚିକିତ୍ସା ନିର୍ଦ୍ଦେଶାବଳୀ ଖୋଜିବା, ଔଷଧ ଲାଗି ପାରସ୍ପରିକ ସମ୍ପର୍କ ଅନୁସନ୍ଧାନ କରିବା, ପ୍ରତିକୂଳ ଘଟଣା ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବୁଝିବା, ଟେଲି ମେଡିସିନ୍ ସେବାରେ ସାମିଲ୍ ହେବା ଏବଂ ଅନ୍ୟମାନଙ୍କ ମଧ୍ୟରେ ରୋଗୀଙ୍କୁ ଟ୍ରାକ୍ କରିବା ପାଇଁ ବ୍ୟବହୃତ ହୁଏ ବୋଲି ପତ୍ରିକାରେ ଦର୍ଶାଯାଇଛି।

ଏହି ପ୍ରବନ୍ଧକୁ ଡାକ୍ତର ବିନୀତ କୁମାର ପାଠକ, ଡାକ୍ତର ସୁନୀଲ କୁମାର ପାଣିଗ୍ରାହୀ, ଡାକ୍ତର ଏମ ମୋହନ କୁମାର, ଡାକ୍ତର ଉତ୍କଳ ରାଜ ଏବଂ ଡାକ୍ତର କର୍ପାଗା ପ୍ରିୟା ପି ଲେଖିଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ମାସ୍କ, କ୍ୟାପ୍ କିମ୍ବା ଗଗଲ୍ ବା ପିପିଇ କିଟ ପରେ ମୋବାଇଲ ଫୋନର ବ୍ୟବହାର ଅଧିକ କରିଥାନ୍ତି | ମୋବାଇଲରେ ଥିବା ଭୂତାଣୁ ଖୁବ ସହଜରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ହାତକୁ ଆସିଯିବାସହ ସେମାନଙ୍କୁ ସଂକ୍ରମିତ କରାଇଥାଏ | ବର୍ତ୍ତମାନ ସ୍ୱାସ୍ଥ୍ୟସେବାରେ ମୋବାଇଲ୍ ଫୋନକୁ ସଠିକ୍ ସ୍ୱଚ୍ଛତାର ସହ ବ୍ୟବହାର କରିବାର ଆବଶ୍ୟକତା ରହିଛି |

ସମ୍ବନ୍ଧିତ ଖବର