ଖୋଲିବ ଗୁମର: ଦୀପିକା, ସାରା, ଶ୍ରଦ୍ଧା, ରାକୁଲ, ସିମୋନ, କରିସ୍ମ‌ା ଏବଂ ଜୟାଙ୍କ ଫୋନ ଜବତ କଲା ଏନସିବି

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ଗତକାଲି ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ସାରା ଅଲି ଖାନଙ୍କୁ ଜେରା କରିଥିଲା। ଦୀପିକ‌ା କରିସ୍ମାଙ୍କ ସହ ଡ୍ରଗ୍‌ସକୁ ନେଇ ଚାଟ୍ କରିଥିବା କଥା ସ୍ବୀକାର କରିଥିବା ବେଳେ ସାରା ଏବଂ ଶ୍ରଦ୍ଧା ଡ୍ରଗ୍ସ ନେଉଥିବା କଥାକୁ ଅସ୍ବୀକାର କରିଥିଲେ। ପୂର୍ବରୁ ଏନସିବି ଡ୍ରଗ୍‌ସ ସହ ଜଡ଼ିତ କଳାକାରଙ୍କୁ ପଚରାଉଚରା କରି ସାରିଥିବା ବେଳେ ଏବେ ଦୀପିକା, ସାରା, ଶ୍ରଦ୍ଧା, ରାକୁଲ, ସିମୋନ, କରିସ୍ମ‌ା ଏବଂ ଜୟାଙ୍କ ଫୋନ ଜବତ କରିଛି ଏନସିବି। ସେମାନଙ୍କ ଫୋନରେ ଥିବା ତଥ୍ୟରୁ ଅନେକ ଗୁମର ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି।

Phones of Deepika Padukone, Shraddha Kapoor, Sara Ali Khan, Rakul Preet Singh Seized by NCB | India.com
India.com

ସୂଚନା ମୁତାବକ, ଗତକାଲି ପୂର୍ବାହ୍ନ ୯ଟା ୪୫ରେ ଦୀପିକା ଏନ୍‌ସିବିର ଏସ୍‌ଆଇଟି ଅଫିସରେ ପହଞ୍ଚିଥିଲେ। ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନ୍‌ସିବି ଅଫିସରେ ପହଞ୍ଚିଥିଲେ। ଏନ୍‌ସିବିର ୫ ଜଣିଆ ସଦସ୍ୟବିଶିଷ୍ଟ ଟିମ୍‌ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରିଥିଲା। ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ସେ ଡ୍ରଗ୍‌ସ ଚାଟ୍‌ କରିଥିଲେ ବୋଲି ଦୀପିକା ଏନ୍‌ସିବି ଆଗରେ ସ୍ବୀକାର କରିଥିଲେ। ୨୦୧୭ରେ ଦୀପିକା କରିସ୍ମାଙ୍କ ସହ ଡ୍ରଗ୍‌ସ ଚାଟ୍‌ କରିଥିଲେ ଏବଂ ଦୀପିକା ଏହି ହ୍ବାଟ୍‌ସଆପ୍‌ ଗ୍ରୁପ୍‌ର ଆଡ୍‌ମିନ ମଧ୍ୟ ଥିଲେ।

NCB sends summons to Deepika Padukone, Sara Ali Khan, Rakul Preet, Shraddha Kapoor in Bollywood drug probe - Movies News
India Today

୨୦୧୭ରେ କୋକୋ କ୍ଲବ୍‌ରେ ଆୟୋଜିତ ଡ୍ରଗ୍‌ସ ପାର୍ଟିରେ ଦୀପିକା ସାମିଲ ହୋଇଥିବା ନେଇ ମଧ୍ୟ ଏନ୍‌ସିବି ଜେରା କରିଥିଲା। କିନ୍ତୁ ଦୀପିକ‌ାଙ୍କ କିଛି ଉତ୍ତରରେ ଏନ୍‌ସିବି ସନ୍ତୁଷ୍ଟ ହୋଇ ନଥିଲା। ସେହିଭଳି ଏନ୍‌ସିବି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଶ୍ରଦ୍ଧା କପୁରଙ୍କୁ ୪ ଘଣ୍ଟା ଧରି ଜେରା କରିଥିଲା। କିନ୍ତୁ ଦୁହେଁ ଡ୍ରଗ୍ସ ନେଉଥିବା କଥାକୁ ଅସ୍ବୀକାର କରିଥିଲେ। ଏହା ପୂର୍ବରୁ ଶୁକ୍ରବାର ଅଭିନେତ୍ରୀ ରାକୁଲ ପ୍ରୀତ ସିଂହଙ୍କୁ ଜେରା କରିଥିଲା ଏନସିବି।

ସମ୍ବନ୍ଧିତ ଖବର