ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପଞ୍ଚାୟତ ଆସୋସିଏସନ୍ର ଏକ ପ୍ରତିନିଧିମଣ୍ଡଳୀ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଜମ୍ମୁ କଶ୍ମୀରରେ ମୋବାଇଲ ଫୋନ ସେବା ଉପଲବ୍ଧ ହେବ ବୋଲି ଗୃହମନ୍ତ୍ରୀ ପ୍ରତିନିଧି ମଣ୍ଡଳୀକୁ କହିଛନ୍ତି। କଶ୍ମୀରରୁ ଧାରା ୩୭୦ ଏବଂ ଧାରା ୩୫ଏ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ କଶ୍ମୀର ପ୍ରତିନିଧିମଣ୍ଡଳୀ ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଗୃହମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ପ୍ରତିନିଧିମଣ୍ଡଳୀର ଜଣେ ସଦସ୍ୟ କହିଥିଲେ, ଆମେ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଆସିଛୁ। ଜମ୍ମୁ ଶାନ୍ତିପୂର୍ଣ୍ଣ ରହିଛି ବୋଲି ଜଣାଇବୁ। ଏଥିସହିତ ପଞ୍ଚାୟତଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ବି ଅବଗତ କରିବୁ। ଜମ୍ମୁ କଶ୍ମୀରର ପଞ୍ଚ (ଗ୍ରାମ ମୁଖିଆ) ଏବଂ ସରପଞ୍ଚ (ପଞ୍ଚାୟତ ମୁଖିଆ)ଙ୍କୁ ପୁଲିସ ସୁରକ୍ଷା ଏବଂ ୨ ଲକ୍ଷ ଟଙ୍କାର ବୀମା ସୁବିଧା ମିଳିବ ବୋଲି ପ୍ରତିନିଧିମଣ୍ଡଳୀକୁ ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
କଶ୍ମୀରରେ ମୋବାଇଲ୍ ଏବେ ନୁହେଁ
/sambad/media/post_attachments/wp-content/uploads/2019/08/kasmir.jpg)