ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ-୨ରେ ଆଜି ସମ୍ପୂର୍ଣ୍ଣ ଜରୁରି ବୋମା ବିପଦ ଇଭାକ୍ୟୁଏସନ ମକ୍ ଡ୍ରିଲ୍ କରାଯାଇଥିଲା। ନିର୍ଦ୍ଧାରିତ ସୁରକ୍ଷା ପ୍ରୋଟୋକଲ ଅନୁସାରେ ତତ୍କ୍ଷଣାତ ଲୋକଙ୍କୁ ଖାଲି କରାଇବାକୁ ଅଭ୍ୟାସ କରାଯାଇଛି ବୋଲି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (ଏମ୍ଆଇଏଏଲ୍) ପକ୍ଷରୁ କୁହାଯାଇଛି। ଏମ୍ଆଇଏଏଲ୍ ଅନୁସାରେ ଆଜି ଅପରାହ୍ଣ ଗୋଟାଏ ବେଳେ ଏହି ମକ୍ ଅଭ୍ୟାସ ଆରମ୍ଭ ହୋଇଥିଲା। ବିମାନବନ୍ଦରର ସମସ୍ତ ଆଭ୍ୟନ୍ତରୀଣ ଓ ବାହ୍ୟ ଅଂଶୀଦାରମାନଙ୍କ ପୂର୍ଣ୍ଣ ସହଯୋଗରେ ଏହା କରାଯାଇଥିଲା। ତେବେ ଏହା ଯେପରି ଯାତ୍ରୀମାନଙ୍କର କୌଣସି ସମସ୍ୟା ସୃଷ୍ଟି ନ କରେ ବା ବିମାନ ଉଡ଼ାଣରେ ବାଧା ନ ଉପୁଜାଏ ତାହା ଉପରେ ବି ନଜର ଦିଆଯାଇଥିଲା ବୋଲି ଏମ୍ଆଇଏଏଲ୍ ପକ୍ଷରୁ କୁହାଯାଇଛି।
ମୁମ୍ବାଇ ବିମାନବନ୍ଦରରେ ସମ୍ଭାବ୍ୟ ବୋମା ବିପଦ ପାଇଁ ମକ୍ ଡ୍ରିଲ୍
/sambad/media/post_attachments/wp-content/uploads/2022/09/mumbai-airport.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)