ନୂଆଦିଲ୍ଲୀ : ଦେଶରେ ପୁଣି ଥରେ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି ଚାଲିଛି। ପାକିସ୍ତାନକୁ ଲାଗିଥିବା ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀରରେ ଗୁରୁବାର (୨୯ ମେ) ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ମକଡ୍ରିଲକୁ ନେଇ କଳ୍ପନାଜଳ୍ପନା ବଢିଯାଇଛି। କାରଣ ଚଳିତ ମାସ ୭ ତାରିଥରେ ଦେଶ ବିଭିନ୍ନ ରାଜ୍ୟରେ ମକଡ୍ରିଲ ହୋଇଥିଲା । ସେହିଦିନ ରାତିରେ ହିଁ ଭାରତୀୟ ବାୟୁସେନା ଅପରେସନ୍ ସିନ୍ଦୂର କରିଥିଲା।ଏହା ମାଧ୍ୟମରେ ଭାରତ ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନର ବିଭିନ୍ନ ସ୍ଥାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଥିଲା। ଏଣୁ ପୁଣି ଥର କମଡ୍ରିଲ କରାଯାଉଥିବାରୁ କେବଳ ଭାରତର ସାଧାରଣ ଲୋକମାନେ ନୁହନ୍ତି, ପାକିସ୍ତାନର ମଧ୍ୟ ଉତ୍କଣ୍ଠା ବଢିଯାଇଛି ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରାୟ ୩୩୦୦ କିଲୋମିଟର ସୀମା ଅଛି। ଭାରତର ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ପାକିସ୍ତାନକୁ ସ୍ପର୍ଶ କରିଥାଏ । ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ହିଁ ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରାୟ ୩୩୦୦ କିଲୋମିଟର ସୀମା ଅଛି। ଭାରତର ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ପାକିସ୍ତାନକୁ ସ୍ପର୍ଶ କରିଥାଏ । ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ହିଁ ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ପକ୍ଷରୁ ଏସବୁ ରାଜ୍ୟଗୁଡ଼ିକୁ ହଁଟ ଟାର୍ଗେଟ୍ କରାଯାଇଥିଲା ଓ ଡ୍ରୋନ ଆକ୍ରମଣ କରାଯାଇଥିଲା । ଏଣୁ ଭବିଷ୍ୟତରେ ସମାନ ପରିସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରାଯାଉଛି ।