କାଶ୍ମୀରରେ ଆତଙ୍କବାଦୀ, ପଥର ପିଙ୍ଗାଳିଙ୍କୁ ଜବତ କରିବାକୁ ଭାରତୀୟ ସେନା ହାତକୁ ଆସିବ ଏହି ନୂଆ ଅସ୍ତ୍ର

ନୂଆଦିଲ୍ଲୀ : କାଶ୍ମୀରରେ ଆତଙ୍କବାଦୀ ଓ ପଥର ଫିଙ୍ଗାଳିଙ୍କୁ ଜବତ କରିବାକୁ ଭାରତ ସରକାର ଏକ ନୂଆ ଅସ୍ତ୍ର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ସଫଳ ହେଲେ ଆତଙ୍କବାଦ ବିରୋଧୀ ଅପରେସନ ଓ ପଥର ମାଡ ସମସ୍ୟା ହ୍ରାସ ପାଇବ ବୋଲି ସରକାର ଚିନ୍ତା କରୁଛନ୍ତି ।
ପ୍ରତିରକ୍ଷା ମନ୍ତ୍ରାଳୟ ସୁତ୍ରରୁ ଜଣାପଡିଛି ଯେ କାଶ୍ମୀରରେ ଅପରେସନ ଓ ପଥର ପିଙ୍ଗାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ସୁରକ୍ଷାବାହିନୀକୁ ସାଉଣ୍ଡ କ୍ୟାନନ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ଏହି ମେସିନ ବ୍ୟବହାର କଲେ ପ୍ରବଳ କାନ ଫଟା ଶବ୍ଦ ହେବ । ଫଳରେ ପାଖପାଖରେ କେହି ରହିପାରିବେ ନାହିଁ । ଏହି ସାଉଣ୍ଡ କ୍ୟାନନର ଟେକନିକାଲ ନାମ ହେଉଛି ଲଙ୍ଗ ରେଞ୍ଜ ଆକଷ୍ଟିକ ଡିଭାଇସ । ଏହା ପ୍ରଥମେ ୨୦୦୯ରେ ଋଷିଆର ସେଣ୍ଟ ପିଟସବର୍ଗଠାରେ ବ୍ୟବହାର ହୋଇଥିଲା ।


ପୂର୍ବରୁ କାଶ୍ମୀରରେ ପେଲେଟ ଗନ ବ୍ୟବହାର କରି ଭାରତୀୟ ସେନାକୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ପରେ ସେନା ଏବେ ପେଲେଟ ଗନ ବ୍ୟବହାର କରୁନାହିଁ । କିନ୍ତୁ ବିଶ୍ୱ ସ୍ତରରେ ଏହି ସାଉଣ୍ଡ କ୍ୟାନନ ବ୍ୟବହାରକୁ ନେଇ ମଧ୍ୟ ଅନେକ ବିବାଦ ରହିଛି । ଏହା ସାଧାରଣ ଲୋକମାନଙ୍କ କାନ ନଷ୍ଟ କରିହେବାର ନଜିର ରହିଛି ।

ସମ୍ବନ୍ଧିତ ଖବର