ସାଙ୍ଘାଇ ସହଯୋଗ ସମ୍ମିଳନୀରେ ଚୀନ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ : ଆସନ୍ତା ୧୩ ଓ ୧୪ ତାରିଖରେ କିରଗିଜସ୍ଥାନର ରାଜଧାନୀ ବିଶେକଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ଅବସରରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଂଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଭାବେ ପୁଣି ନିର୍ବାଚିତ ହେବା ପରେ ମୋଦି ଓ ଜିନ ପିଂଙ୍କ ମଧ୍ୟରେ ଏହା ହେବ ପ୍ରଥମ ସାକ୍ଷାତ ଆଲୋଚନା ବୋଲି କହିଛନ୍ତି ବେଜିଂରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସ୍ରି । ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ଭାରତ ଓ ଚୀନ ସଂପର୍କରେ ଅନେକ ଉନ୍ନତି ହୋଇଥିଲା ।

ଏହି ବୈଠକରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯୋଗ ଦେବେ । କିନ୍ତୁ ମୋଦିଙ୍କ ସହ ତାଙ୍କର କୌଣସି ମିଟିଂ ରଖାଯାଇନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି । ଏହା ପୂର୍ବରୁ ନିଜର ଶପଥ ଗ୍ରହଣ ଉତ୍ସବକୁ ମୋଦି ସବୁ ପଡୋଶୀ ଦେଶର ରାଷ୍ଟ୍ରମୂଖ୍ୟମାନଙ୍କୁ ଡାକିଥିବାବେଳେ ପାକିସ୍ତାନକୁ ଡାକି ନଥିଲେ ।

ସମ୍ବନ୍ଧିତ ଖବର