ଶିଶୁ ଦିବସରେ ମାଲକାନଗିରିର ପିଲାମାନେ ପାଇଲେ ନିଆରା ଉପହାର… ପ୍ଲେ ସ୍କୁଲ ପରି ଦିଶୁଥିବା ଅଙ୍ଗନଓ୍ଵାଡି କେନ୍ଦ୍ର

ଭୁବନେଶ୍ୱର : ଆଜି ଶିଶୁ ଦିବସ ଅବସରରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଶିଶୁମାନଙ୍କୁ ଏକ ନିଆରା ଉପହାର ମିଳିଛି । ସେମାନଙ୍କ ପାଇଁ ଏପରି ଅଙ୍ଗନଓ୍ଵାଡି କେନ୍ଦ୍ର ଖୋଲିଛି ଯେଉଁଗୁଡ଼ିକ କି ସହରରେ ଥିବା ପ୍ଲେ ସ୍କୁଲଠାରୁ କୌଣସି ଗୁଣେରେ କମ ନୁହଁନ୍ତି । ସେଠାରେ ରହିଛି ପିଲାଙ୍କ ଖେଳିବା ପାଇଁ ରହିଛି ଆକର୍ଷଣୀୟ, ଖେଳନା, କାନ୍ଥରେ ରହିଛି ରଙ୍ଗବେଙ୍ଗର କାର୍ଟୁନ ।

କଥା ହେଉଛି ଏହି ଜିଲ୍ଲାରେ ୫୦ଟି ମଡେଲ ଅଙ୍ଗନଓ୍ଵାଡି ଜିଲ୍ଲା ପ୍ରଶାସନ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏସବୁ ଅଙ୍ଗନଓ୍ଵାଡି କେନ୍ଦ୍ରରେ ଉଭୟ ଶିଶୁ ଓ ଅଙ୍ଗନଓ୍ଵାଡି କର୍ମୀମାନଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ରହିଛି ।

 

ନିତି ଆୟୋଗ ପକ୍ଷରୁ ଏ ସଂପର୍କରେ ଟ୍ଵିଟ କରି ସୂଚନା ଦିଆଯାଇଛି । ସରକାରଙ୍କ ପକ୍ଷରୁ ସାରା ଦେଶରେ ମୋଟ ୧୨୫୦ଟି ମଡେଲ ଅଙ୍ଗନଓ୍ଵାଡି କେନ୍ଦ୍ରକୁ ଆଦର୍ଶ ବା ମଡେଲ ଅଙ୍ଗନଓ୍ଵାଡି କେନ୍ଦ୍ରଭାବେ ବିକଶିତ କରିବାକୁ ଯୋଜନା ରହିଛି । ଏହାର ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ପକ୍ଷରୁ ଏସବୁ ମଡେଲ ଅଙ୍ଗନଓ୍ଵାଡି କେନ୍ଦ୍ରସବୁ ଖୋଲାଯାଇଛି ।

ସମ୍ବନ୍ଧିତ ଖବର