ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲାରେ ଖୋଲିବ ମଡ଼େଲ ଡିଗ୍ରି କଲେଜ

ନୂଆଦିଲ୍ଲୀ : ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଉଚ୍ଚ ଶିକ୍ଷାର ମାନବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ମଡେଲ ଡିଗ୍ରି କଲେଜ ସ୍ଥାପନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୬୦ଟି ଜିଲ୍ଲାରେ ଗୋଟିଏ ଲେଖାଏ ମଡେଲ ଡିଗ୍ରି କଲେଜ ଖୋଲାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବଳକା ଜିଲ୍ଲାମାନଙ୍କରେ ପ୍ରତିଷ୍ଠା ହେବ। ଆକାଂକ୍ଷୀ ଜିଲ୍ଲାରେ ସାମିଲ ଥିବା ଓଡ଼ିଶାର ମାଲ୍‌କାନଗିରି, ଗଜପତି, କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା ଓ କୋରାପୁଟ ଜିଲ୍ଲାରେ ମଡେଲ ଡିଗ୍ରି କଲେଜ ଖୋଲାଯିବ ବୋଲି ନୀତି ଆୟୋଗ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ସୂତ୍ର ଅନୁସାରେ, ପ୍ରତି ଜିଲ୍ଲାରେ ମଡ଼େଲ ଡିଗ୍ରି କଲେଜଗୁଡ଼ିକର ନିର୍ମାଣ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ କାର୍ଯ୍ୟକାରୀ କରାଯିବ। ମଡ଼େଲ ଡିଗ୍ରି କଲେଜ ଖୋଲିବା ପାଇଁ ସଂପୂର୍ଣ୍ଣ ଅର୍ଥରାଶି କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କୁ କଲେଜ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେବାକୁ ପଡ଼ିବ। ସମସ୍ତ ରାଜ୍ୟମାନଙ୍କ କଲେଜ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ କରି ପ୍ରସ୍ତାବ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର