ନୋଏଡା: ଫ୍ୟାଶନ ଶୋ ସମୟରେ ଖସିପଡିଲା ଲାଇଟ ଷ୍ଟାଣ୍ଡ | ଆଉ ଏଥିରେ ଜଣେ ମଡେଲଙ୍କର ମୃତ୍ୟୁ ହୋଇଯାଇଛି | ନୋଏଡାର ସେକ୍ଟର -୨୦ ପୁଲିସ ଷ୍ଟେସନ ଅଞ୍ଚଳରେ ଫିଲ୍ମ ସିଟିରେ ଥିବା ଲକ୍ଷ୍ମୀ ଷ୍ଟୁଡିଓରେ ଏକ ଫ୍ୟାଶନ ସୋ ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଛି | ଏହି କାର୍ଯ୍ୟକ୍ରମ ସମୟରେ ଜଣେ ମହିଳା ମଡେଲଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ ପହଞ୍ଚି ଶୋ’ର ଆୟୋଜକ ତଥା ଲାଇଟ ଲଗାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।

Advertisment

ରବିବାର ଅପରାହ୍ନ ପ୍ରାୟ ୧.୩୦ ସମୟରେ ନୋଏଡାର ଫିଲ୍ମ ସିଟିର ଲକ୍ଷ୍ମୀ ଷ୍ଟୁଡିଓରେ ଏହି ଫ୍ୟାଶନ ସୋ ଆୟୋଜନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ମଡ଼େଲମାନେ ଯୋଗ ଦେଇଥିଲେ | ତେବେ ଏହି ଦୁର୍ଘଟଣା ଯୋଗୁଁ ମୃତ୍ୟୁର ଶିକାର ହୋଇଥିବା ମଡେଲଙ୍କର ନାମ ହେଉଛି ବଂଶିକା ଚୋପ୍ରା (୨୪ ବର୍ଷ) | ସେ ନୋଏଡାର ଗୌର ସିଟି -୨ ଅଂଚଳରେ ରୁହନ୍ତି | ସେହିପରି ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାମ ହେଉଛି ବବି ରାଜ |ଏକ ଘରୋଇ ଡାକ୍ତରଖାନାରେ ଏବେ ସେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ଫ୍ୟାଶନ ଶୋ'ର ଆୟୋଜକଙ୍କୁ ପଚରାଉଚରା କରାଯାଉଛି।