ମଡେଲ୍‌ ମୋନା ରାୟଙ୍କୁ ଗୁଳି କରି ହତ୍ୟା

ପାଟନା : ପାଟନାର ଚର୍ଚ୍ଚିତ ମେଡଲ୍‌ ମୋନା ରାୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତ ୧୨ ତାରିଖ ଦିନ କିଛି ଅଜ୍ଞାତ ବ୍ୟକ୍ତି ରାଜୀବ ନଗର ଥାନା ଅଧୀନସ୍ଥ ରାମନଗରୀ ବାସ ଭବନ ନିକଟରେ ମୋନାଙ୍କୁ ଗୁଳି କରିଥିଲେ। ଝିଅ ସହ ମୋନା ଏକ ସ୍କୁଟିରେ ଆସି ଘର ଭିତରକୁ ଯାଉଥିବାବେଳେ ତାଙ୍କୁ ଗୁଳି କରାଯାଇଥିଲା। ଗୁଳି ମୋନାଙ୍କ ନେହରେ ବାଜିଥିବାବେଳେ ଝିଅ ଅଳ୍ପକେ ବର୍ତ୍ତି ଯାଇଥି‌ଲେ। ଗୁରୁତର ଆହତ ମୋନାଙ୍କର ପାଟନା ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସେସ୍‌ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଆଜି ମୃତ୍ୟୁ ହୋଇଛି। ଘଟଣାର ୫ ଦିନ ପରେ ବି ପୁଲିସ ହତ୍ୟାକାରୀଙ୍କ ସଂପର୍କରେ କୌଣସି ସୁରାକ୍‌ ପାଇନାହିଁ।

ସମ୍ବନ୍ଧିତ ଖବର