ମୁମ୍ବାଇ: ଏବେ ସାରାଦେଶରେ ଚାଲିଛି ଡ୍ରଗ୍ସକୁ ନେଇ ଖୋଳତାଡ। ବଲିଉଡରେ ବହୁ ବରିଷ୍ଠ ଓ ନାମିଦାମି କଳାକାର ଏଥିରେ ସଂପୃକ୍ତ ଥିବା ନେଇ ନାର୍କୋଟିକ କଣ୍ଟ୍ରୋଲ ବୋର୍ଡ (ଏନସିବି) ହାତରେ ତଥ୍ୟ ଲାଗିବା ପରେ ଦୀପିକା ପାଦୁ୍କନଙ୍କ ଠାରୁ ଆରମ୍ଭ କରି ରକୁଲପ୍ରୀତ ସିଂଙ୍କ ଯାଏ ସମନକରି ସେମାନଙ୍କୁ ପଚରା ଉଚରା ଆରମ୍ଭ କରିଛି ଏନସିବି। ହେଲେ ଏହା ଭିତରେ ଡ୍ରଗ୍ସକୁ ନେଇ ଶେର୍ଲିନ ଚୋପ୍ରାଙ୍କ ବୟାନ ଡ୍ରଗ୍ସ ଲିଙ୍କକୁ ବଲିଉଡରୁ ଭାରତୀୟ କ୍ରିକେଟ୍ ଆଡକୁ ଟାଣି ଆଣିଛି ।
ଚଳଚିତ୍ର ତାରକା ତଥା ନାମିଦାମି ମଡେଲ୍ ଶେର୍ଲିନ ଚୋପ୍ରାଙ୍କ ବୟାନ ଏବେ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। ଶେର୍ଲିନ କହିଛନ୍ତି କି ଯଦି ତାଙ୍କୁ ଏନସିବି ପକ୍ଷରୁ ଜେରା କରାଯାଏ ତେବେ ସେ କେବଳ ବଲିଓଡ ନୁହେଁ କ୍ରିକେଟ ଜଗତରେ କିଭଳି ଡ୍ରଗ୍ସ ବ୍ୟବହାର କରାଯାଏ ତାର ଖୁଲାସା କରିଦେବେ। ସେ ଏକ ଉଦାହରଣ ଦେଇ କହିଛନ୍ତି କି ଆଇପିଏଲରେ କୋଲକାତା ନାଇଟ୍ ନାଇଡର୍ସର ମ୍ୟାଚ ସରିବା ପରେ ହୋଟେଲର ୱାଶରୁମ ଭିତରେ କ୍ରିକେଟର ଓ ଚଳଚିତ୍ର ତାରକାଙ୍କ ସ୍ତ୍ରୀ ମାନେ ମିଶି କୋକେନ ନେଇଥିଲେ।
ଏକ ଜାତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଶେର୍ଲିନ ଏଭଳି ମନ୍ତବ୍ୟ ଦେଇଥିବା ବେଳେ ସେ କିନ୍ତୁ ସ୍ପଷ୍ଟ କରିନାହାନ୍ତି କି ଆଇପିଏଲର କେଉଁ ସିଜିନ ବା କେଉଁ ମ୍ୟାଚ୍ ପରେ ଏଭଳି ଘଟଣା ଘଟିଥିଲା । ହେଲେ ସେ କହିଛନ୍ତି କି ‘ମୁଁ କେ.କେ.ଆର ମ୍ୟାଚ୍ ଦେଖିବାକୁ କୋଲକାତା ଯାଇଥିଲି । ସେଠାରେ ହୋଇଥିବା ଡ୍ରଗ୍ସ ପାର୍ଟିରେ ବି ମୁଁ ସାମିଲ ହୋଇଥିଲି । ସେହି ପାର୍ଟିରେ ମୁଁ ଦେଖିଲି କି କ୍ରିକେଟର ଓ ବଲିଓଡର ବଡ ବଡ ସେଲିବ୍ରେଟିମାନେ ସେଠାରେ ଅଛନ୍ତି । ମୁଁ ନାଚି ନାଚି କ୍ଲାନ୍ତ ହୋଇପଡିଥିଲି । ତେଣୁ ମୁଁ ସତେଜ ହେବାକୁ ୱାଶରୁମ ଯାଇ ଦେଖେ ତ କିଛି ଚଳଚିତ୍ର ତାରକାଙ୍କ ପତ୍ନୀ ଓ କ୍ରିକେଟରମାନେ ମିଶି କୋକେନ ବ୍ୟବହାର କରୁଥିଲେ ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/AAA.jpg)
