ଗୋଟିଏ ଦିନରେ ୧୦ଥର ଶାରୀରିକ ସମ୍ପର୍କ ରଖିବାକୁ କହୁଥିଲା ପ୍ରେମିକ, ବିରକ୍ତ ହୋଇ ଅଭିଯୋଗ କଲେ ମଡେଲ

ନୂଆଦିଲ୍ଲୀ: ଗୋଟିଏ ଦିନରେ ୧୦ଥର ଶାରୀରିକ ସମ୍ପର୍କ ରଖିବାକୁ କହୁଥିଲା ପ୍ରେମିକ। ବିରକ୍ତ ହୋଇ ଅଭିଯୋଗ କଲେ ମଡେଲ। ଜଣେ ମଡେଲ ତାଙ୍କ ୮୪ବର୍ଷିୟ ପ୍ରେମିକଙ୍କ ବିରୋଧରେ ଅଭିଯୋଗ କରି କ୍ଷତିପୂରଣ ଦାବି କରିଛନ୍ତି। ମଡେଲ କହିଛନ୍ତି ଯେ ପ୍ରେମିକ ତାଙ୍କୁ ପ୍ରଥମେ ତାଙ୍କ ମଡେଲିଂ କ୍ୟାରିୟର ଛାଡ଼ିବାକୁ ପ୍ରବର୍ତ୍ତାଇଲେ, ତାପରେ ଦୁହେଁ ଏକା ସାଙ୍ଗେ ରହିବା ଆରମ୍ଭ କଲେ। ଏହା ପରେ ପ୍ରେମିକ ତାଙ୍କ ସହ ଦିନକୁ ୧୦ ଥର ଶାରୀରିକ ସମ୍ପର୍କ ରଖିବାକୁ କହିବାରୁ ମଡେଲ ବିରକ୍ତ ହୋଇ ଏବେ ଅଭିଯୋଗ କରିଛନ୍ତି। ଏହା ସହ ୬୫୦କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ଘଟଣାଟି ଘଟିଛି ବ୍ରିଟେନରେ। ୬୮ବର୍ଷୀୟା ମଡେଲ ଜେନେଟ ବେଡିନ ପ୍ରେମିକ ବିଟୋ ବର୍ନିଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ଜେନେଟ ବେଡିନ ମ୍ୟାନହଟ୍ଟାନ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି। କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ଦୁହେଁ ୨୦୧୯ ଆରମ୍ଭରୁ ୨୦୨୧ ଶେଷ ପର୍ଯ୍ୟନ୍ତ ଚେଲ୍ସରେ ଏକାଠି ରହୁଥିଲେ। ଏହି ସମୟରେ ବେଡିନ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଭଲପାଇବା ଦେବା ସହ ବିଳାସପୂର୍ଣ୍ଣ ଜୀବନର ଲୋଭ ଦେଖାଇ ବିଟୋ ବର୍ନି, ଜେନେଟ ବେଡିନଙ୍କୁ ଠକିଥିବା ସେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ୧୯୮୬ରେ ୨୧ବର୍ଷୀୟା ବେଡିନ ତାଙ୍କ ମଡେଲିଂ ଏବଂ ଅଭିନୟ କ୍ୟାରିୟର ଆରମ୍ଭ କରିବା ପାଇଁ ରକଫୋର୍ଡରୁ ନ୍ୟୁୟର୍କ ସହରକୁ ଆସିଥିଲେ। ପରେ ସେ ପ୍ରସିଦ୍ଧ ମଡେଲିଂ ଏଜେନ୍ସି ୱିଲହେଲମିନା ପାଇଁ ମଡେଲ ଭାବେ କାମ କରିବା ଆରମ୍ଭ କରିଥିଲେ। ସେହି ବର୍ଷ ବେଡିନଙ୍କ ସହ ବର୍ନିଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା। ସେତେବେଳେ ବର୍ନିଙ୍କୁ ୩୮ବର୍ଷ ବୟସ ହୋଇଥିଲା ଏବଂ ବେଡିନ ଭଡ଼ାରେ ତାଙ୍କ ଘରେ ରହୁଥିଲେ। ବିବାହିତ ହୋଇ ବି ବର୍ନି ବେଡିନଙ୍କୁ ପସନ୍ଦ କରୁଥିଲେ। ୨୦୧୮ରେ ପତ୍ନୀଙ୍କ ମୃତ୍ୟୁ ପରେ ବର୍ନି, ବେଡିନଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ବେଡିନଙ୍କୁ ନ୍ୟୁୟର୍କ ଛାଡ଼ି ବ୍ରିଟେନ ଆସିବାକୁ କହିଥିଲେ। ମଡେଲିଂ ଛାଡ଼ିବାକୁ କହିବା ସହ ତୁମର ସବୁ ଇଚ୍ଛା ପୂରଣ କରିବି ବୋଲି କହି ବର୍ନି ବେଡିନଙ୍କୁ ଡାକିଥିଲେ। ହେଲେ ସାଥିରେ ରହିବା ପରେ ସମସ୍ୟା ଆରମ୍ଭ ହୋଇଥିଲା। ଘରର ସବୁ କାମ କରାଇବା ସହ ଦିନକୁ ୧୦ଥର ଶାରୀରିକ ସମ୍ପର୍କ ରଖିବାକୁ କହୁଥିବାରୁ ଏବେ ବେଡିନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର