ଫ୍ୟାସନ ସୋ’ରେ ଏହି ମଡେଲ ପିନ୍ଧିବେ ୭୨ଲକ୍ଷ ଟଙ୍କାର ଅନ୍ତଃବସ୍ତ୍ର, ତିଆରି ହେବାକୁ ଲାଗିଛି ୯୩୦ ଘଣ୍ଟା

ନୂଆଦିଲ୍ଲୀ : ଅମେରିକାର ନ୍ୟୁୟର୍କରେ ନଭେମ୍ବର ୮ରେ ଅନୁଷ୍ଠିତ ହେବାକୁ ଥିବା ଭିକ୍ଟୋରିଆ ସିକ୍ରେଟ୍‌ ଫ୍ୟାସନ୍‌ ସୋ’ର ପ୍ରସ୍ତୁତି ଶେଷ ହେବା ଉପରେ । ଏହି କାର୍ଯ୍ୟକ୍ରମରେ ସୁପରମଡ଼େଲ ଏଲେଷ୍କା ହୋସ୍କ ଏକ ସ୍ୱତନ୍ତ୍ର ଅନ୍ତଃବସ୍ତ୍ର ପିନ୍ଧି କ୍ୟାଟ୍‌ଓ୍ଵାକ୍‌ କରିବେ ବୋଲି ଜଣାପଡ଼ିଛି । ତେବେ ସେ ପିନ୍ଧିବାକୁ ଥିବା ଅନ୍ତଃବସ୍ତ୍ରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏଲେଷ୍କା ଯେଉଁ ଅନ୍ତଃବସ୍ତ୍ର ପିନ୍ଧିବେ ତାହାର ମୁଲ୍ୟ ୭୨ଲକ୍ଷ ଟଙ୍କା ହୋଇଥିବା ବେଳେ ସେଥିରେ ହୀରା ଲଗାଯାଇଥିବା ଜଣା ପଡ଼ିଛି । ପାଖାପାଖି ୯୩୦ଘଣ୍ଟାର ପରିଶ୍ରମ ପରେ ଏହି ଅନ୍ତଃବସ୍ତ୍ର ତିଆରି ହୋଇ ପାରିଛି ।

ନଭେମ୍ବର ୭ରେ ସୁପରମଡ଼େଲ ଏଲେଷ୍କାଙ୍କ ଜନ୍ମଦିନ ଥିବା ବେଳେ ତା’ର ଏକ ଦିନ ପୂର୍ବରୁ ଏଲେଷ୍କାଙ୍କୁ ଏହି ଖୁସି ଖବର ଦିଆଯାଇଥିଲା । ଯାହା ପରେ ସେ ହୀରା ଖଚିତ ଅନ୍ତଃବସ୍ତ୍ର ସହ ନିଜର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ, ମୋ ଜୀବନରେ ଜନ୍ମଦିନର ଏହାଠାରୁ ବଡ଼ ଉପହାର ମୋତେ କେବେ ମିଳି ନଥିଲା । ଯେଉଁମାନେ କଡ଼ା ପରିଶ୍ରମ କରୁଛନ୍ତି ଏବଂ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଏହି ସ୍ଥାନରେ ପହଞ୍ଚନ୍ତି, ଏହି ଫଟୋ ସେମାନଙ୍କ ପାଇଁ । ମୋ ସ୍ୱପ୍ନକୁ ସତ କରିଥିବାରୁ ଧନ୍ୟବାଦ ବୋଲି ଲେଖିଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର