ସେନାକୁ ୧୬ ହଜାର କୋଟିର ଆଧୁନିକୀକରଣ: ଆସିବ ୭.୪୦ ଲକ୍ଷ ଅତ୍ୟାଧୁନିକ ବନ୍ଧୁକ

ନୂଆଦିଲ୍ଲୀ : ଶତ୍ରୁ ପକ୍ଷଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକ ସଜାଗ୍‌ ହୋଇପଡ଼ିଛି। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଆଜି ମୋଟ ୧୫ ହଜାର ୯୩୫ କୋଟି ଟଙ୍କାର ସରଞ୍ଜାମ କିଣିବାକୁ ମଞ୍ଜୁରି ମିଳିଛି।  ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି) ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି।
ଡିଏସିର ନିଷ୍ପତ୍ତି ମୁତାବକ, ଭାରତୀୟ ସ୍ଥଳ ସେନା ବାହିନୀ, ବାୟୁ ସେନା ବାହିନୀ ଏବଂ ନୌସେନା ପାଇଁ ୧୨,୨୮୦ କୋଟି ଟଙ୍କା ବିନିମୟରେ ୭.୪୦ ଲକ୍ଷ ଅତ୍ୟାଧୁନିକ ବନ୍ଧୁକ କିଣିବା ପ୍ରସ୍ତାବକୁ ମଞ୍ଜୁରି ମିଳିିଛି। ସେହିପରି ୧୮୧୯ କୋଟି ଟଙ୍କାର ହାଲୁକା ମେସିନ୍‌ ବନ୍ଧୁକ ମଧ୍ୟ ପ୍ରତିରକ୍ଷା ମନ୍ତ୍ରାଳୟର ହସ୍ତଗତ ହେବ ବୋଲି ଜଣାପଡ଼ିଛି। ଅନ୍ୟ ଏକ ନିଷ୍ପତ୍ତିରେ ସେନା ପାଇଁ ୯୮୨ କୋଟି ଟଙ୍କାରେ ୫,୭୧୯ଟି ସ୍ନାଇପର ରାଇଫଲ୍‌ କିଣାଯିବା ପାଇଁ ମଧ୍ୟ ଏକ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର