ଆମେରିକା‌, ୟୁରୋପରେ ଟିକାର ଜରୁରୀ ବ୍ୟବହାର ଆବେଦନ କଲା ମଡର୍ଣ୍ଣା

ନୂଆଦିଲ୍ଲୀ : ଆମେରିକାର ଭେଷଜ କମ୍ପାନି ମଡର୍ଣ୍ଣା ଏହାର କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ସୋମବାର ଆମେରିକା ଓ ୟୁରୋପର କର୍ତ୍ତୃପକ୍ଷଙ୍କ ନିକଟରେ ଆବଦେନ କରିଛି। ମଡର୍ଣ୍ଣା ଟିକା ୯୪.୧ ପ୍ରତିଶତ ଫଳପ୍ରଦ ହେଉଛି ବୋଲି ଅନୁଧ୍ୟାନରୁ ଜଣାଯାଇଛି। ଏଥିସହିତ ଗୁରୁତର ମାମଲାକୁ ରୋକିବାରେ ଏହି ଟିକା ୧୦୦ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଛି। ପୂର୍ବରୁ ଫାଇଜର ଏହାର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ନିମନ୍ତେ ଆବେଦନ କରିସାରିଛି। ତେଣୁ ଏହି ଦୁଇଟି ଟିକାକୁ ଯଦି ନିୟାମକ ସଂସ୍ଥାଗୁଡ଼ିକ ଅନୁମତି ଦିଅନ୍ତି ତାହେଲେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଏହି ଟିକା ଲୋକଙ୍କୁ ମିଳିବା ଆରମ୍ଭ ହୋଇଯିବ।

ସମ୍ବନ୍ଧିତ ଖବର