କୋଲକାତା: ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହେବା ଦିନରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ବିଜେପି ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପରସ୍ପର ଉପରେ କାଦୁଅ ଫିଙ୍ଗୁଛନ୍ତି। କଥା ଏମିତି ହୋଇଛି ଯେ ମମତା ପ୍ରଧାନମନ୍ତ୍ରୀଙ୍କୁ ‘ଗଣତନ୍ତ୍ର’ ଚାପୁଡ଼ା ମାରିବାକୁ କହିଲେ । ତେବେ କଥା ଏଇଠି ଅଟକି ନାହିଁ। ତୃଣମୂଳ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ କୋଇଲା ମାଫିଆଙ୍କ ସହ ଯୋଡ଼ିବାରୁ କ୍ଷୁ୍ବଧ ହୋଇଛନ୍ତି ମମତା। କହିଛନ୍ତି ଯେ ମୋଦୀ ଏହାର ପ୍ରମାଣ ନଦେଇପାରିଲେ ଲୋକମାନଙ୍କ ସାମନାରେ କାନ ଧରି ଉଠବସ୍ ହୁଅନ୍ତୁ। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଏଭଳି ବ୍ୟକ୍ତିଗତ ସ୍ତରକୁ ଖସିଯାଇଛି ଯେ ଏହା ରାଜନୈତିକ ଶିଷ୍ଟାଚାରର ସମସ୍ତ ସୀମା ଅତିକ୍ରମ କରିଛି। ଏଭଳି ପରିସ୍ଥିତି ଏହାପୂର୍ବରୁ କେବେ ଦେଖିବାକୁ ମିଳିନଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ବଙ୍ଗରେ ଦୁଇଟି ରୢାଲିରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ଯେ ଟିଏମ୍ସି ନେତାମାନେ କୋଇଲା ମାଫିଆ ପାଲଟି ହରିଲୁଟ୍ କରୁଛନ୍ତି। ମୋଦୀଙ୍କ ଏହି ବୟାନକୁ ନେଇ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି
ମମତା ବାନାର୍ଜୀ। ମୋଦୀଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହିତ ତାଙ୍କୁ ଚ୍ୟାଲେଂଜ କରିଛନ୍ତି। ମମତା କହିଛନ୍ତି- ମୁଁ ଆପଣଙ୍କୁ
ଚ୍ୟାଲେଂଜ କରୁଛି, ଯଦି ଆମ ଭିତରେ କେହି କୋଇଲା ମାଫିଆ ଅଛନ୍ତି ବୋଲି ଆପଣ ପ୍ରମାଣ କରିଦେବେ ତା’ହେଲେ ମୁଁ ମୋର ସମସ୍ତ ୪୨ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିନେବି। କିନ୍ତୁ ଯଦି ଆପଣ ମିଛ କହୁଥିବେ ତା’ହେଲେ ଆପଣଙ୍କୁ ସର୍ବସମ୍ମୁଖରେ କାନ ଧରି ୧୦୦ ଥର ବସ୍ ଉଠ୍ ହେବାକୁ ପଡ଼ିବ।
ମମତା କହିଲେ କୋଇଲା ଖଣିଗୁଡ଼ିକ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି ଏବଂ ବିଜେପି ନେତାମାନେ କୋଇଲା ପରିବହନର ଦଲାଲ ସାଜିଛନ୍ତି। ତେଣୁ ଏଥିରେ ଟିଏମ୍ସି ମାଫିଆରାଜର ପ୍ରଶ୍ନ ଉଠିଲା କେଉଁଠୁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ରୢାଲିରେ କହିଥିଲେ ଯେ ଟିଏମ୍ସିର ମାଫିଆମାନେ କୋଇଲା ଖଣିରେ ପ୍ରଭାବ ବିସ୍ତାର କରିଛନ୍ତି ଏବଂ ଶ୍ରମିକମାନଙ୍କୁ ପ୍ରାପ୍ୟ ନଦେଇ ଶୋଷଣ କରୁଛନ୍ତି। ପୁରୁଲିଆ କୋଇଲା ଖଣିରେ ଟିଏମ୍ସିର ମାଫିଆରାଜ ଚାଲିଛି। ମାଫିଆମାନେ ମାଲାମାଲ ହେଉଥିବା ବେଳେ ରାଜ୍ୟରେ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।
ସୀମା ଲଂଘିଲାଣି ମୋଦୀ-ମମତା ବିବାଦ
‘ପ୍ରମାଣ ଦିଅ, ନଚେତ ଶହେଥର ବସ୍ଉଠ ହୁଅ’
/sambad/media/post_attachments/wp-content/uploads/2019/05/modi-mamata-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)