ଲୋକଙ୍କୁ ଶସ୍ତାରେ ଏସି ଯୋଗାଇବେ ମୋଦୀ ସରକାର

ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମପ୍ରବାହରେ ଲୋକେ ଘରେ ଏସି ଲଗାଇବାକୁ ଚାହୁଁଛନ୍ତି । । କିନ୍ତୁ ବଜାରରେ ଚଢା ଦର ଯୋଗୁଁ ଲୋକେ ଏସି କିଣିପାରୁନାହାନ୍ତି । ଏଭଳି ଲୋକଙ୍କ ପାଇଁ ଖୁବ ଶୀଘ୍ର କେନ୍ଦ୍ର ସରକାର ଖୁସି ଖବର ଆଣୁଛନ୍ତି । ଗରମରୁ ସାମାନ୍ୟ ଆଶ୍ୱସ୍ତି ପାଇଁ ମୋଦୀ ସରକାର ଲୋକଙ୍କୁ ନୂଆ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଲୋକଙ୍କୁ ସରକାର ଶସ୍ତାରେ ଏୟାର କଣ୍ଡିସନର ବା ଏସି ଯୋଗାଇଦେବେ । ଏହି ଏସି ଶସ୍ତାରେ ବଜାରରେ ଉପଲବ୍ଧ ହେବ ।

ମିଳିଥିବା ସୂଚନା ଅନୁସାରେ, ସରକାରଙ୍କ ପକ୍ଷରୁ ଦିଆଯିବାକୁଥିବା ଏସି ବଜାରରେ ମିଳୁଥିବା ଏସିର ଦାମଠାରୁ ୧୫ରୁ ୨୦ ପ୍ରତିଶତ କମ ରହିବ । ଏଲଇଡି ଭଳି ଘରେ ଘରେ ଶସ୍ତାରେ ଏସି ଯୋଗାଇଦେବା ଲକ୍ଷ୍ୟରେ ସରକାର ଖୁବଶୀଘ୍ର ଏହି ନିଷ୍ପତ୍ତି ନେଇପାରନ୍ତି । ବଜାରରେ ଏହି ଏସି ସରକାରୀ କମ୍ପାନୀ ଇଇଏସଏଲ ଯୋଗାଇବ । ସବୁଠାରୁ ବଡ କଥା ହେଲା, ଏଭଳି ଶସ୍ତା ଏସି ବ୍ୟବହାର ଦ୍ୱାରା ଆପଣଙ୍କ ବିଦ୍ୟୁତ୍ ବିଲ୍ ବି କମ ହେବ । ବିଦ୍ୟୁତ୍ ବିଲ ୩୫ରୁ ୪୦ ପ୍ରତିଶତ କମ ଆସିବ । ଏହାଛଡା ଘରେ ବସି ଅନଲାଇନରେ ବି ଆପଣ ଏସି କିଣିପାରିବେ । ଆଉ ବୁକିଂ କରିବାର ୨୪ ଘଣ୍ଟା ମଧ୍ୟରେ ଘରେ ପଂହଚିଯିବ ଏସି । ଏଥିପାଇଁ ବିଦ୍ୟୁତ୍ ବିଲ ଦେଖାଇବାକୁ ପଡିବ ।

ଯେଉଁମାନଙ୍କ ନାଆଁରେ ବିଦ୍ୟୁତ୍ କନେକ୍ସନ ଥିବ ସେମାନେ ଏହି ଯୋଜନାର ଫାଇଦା ଉଠାଇପାରିବେ । ଜୁଲାଇରେ ଏହି ଯୋଜନାର ଶୁଭାରମ୍ଭ ହୋଇପାରେ । ଏହି ଏସି ସହିତ ଏକ୍ସଚେଞ୍ଜ ଅଫରର ଫାଇଦା ମିଳିବ । ବଜାରରେ ମିଳୁଥିବା ଫାଇଭ-ଷ୍ଟାର ରେଟିଂ ଏସିଠାରୁ ଏହାର କ୍ଷମତା ଅଧିକ ରହିବ । ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ଲୋକଙ୍କୁ ଏହି ଯୋଜନାର ଫାଇଦା ମିଳିବ ।

ସମ୍ବନ୍ଧିତ ଖବର