ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ଏବେ କରୋନା ପରି ଏକ ବଡ଼ ସଂକଟର ସମ୍ମୁଖୀନ ହେଉଛି । ଏହା ଅନେକ କ୍ଷେତ୍ରକୁ ପ୍ରଭାବିତ କରିଥିଲେ ମଧ୍ୟ ୧୩୦ କୋଟି ଭାରତୀୟଙ୍କ ଆଶା-ଆକାଂକ୍ଷାକୁ ଦୁର୍ବଳ କରିପାରି ନାହିଁ । ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଏକ ମାନବ କୈନ୍ଦ୍ରିକ ବିକାଶ ଆଭିମୁଖ୍ୟ ଆବଶ୍ୟକ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଭାରତ-ଆମେରିକା ଷ୍ଟ୍ରାଟର୍ଜିକ ପାର୍ଟନରସିପ ଫୋରମର ୩ୟ ବାର୍ଷିକ ଲିଡରସିପ ସମିଟ ଅବସରରେ ସେ କହିଛନ୍ତି ଯେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ନିଜସ୍ୱ ଅବଶ୍ୟକତା ସତ୍ତ୍ୱେ ଭାରତ କେବେ ବି ବିଶ୍ୱ ପ୍ରତି ନିଜର ଦାୟିତ୍ୱରୁ ଦୂରେଇ ଯାଇନାହିଁ । ଭାରତ ସମଗ୍ର ବିଶ୍ୱର ବୃହତ୍ତମ ଜେନେରିକ ଔଷଧ ନିର୍ମାଣକାରୀ । ଟିକା ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତ ଅନେକ ଅଗ୍ରଗତି କରିଛି ।
ଆତ୍ମନିର୍ଭର ଭାରତ ସମ୍ପର୍କରେ ସେ କହିଛନ୍ତି ଯେ ଏହାର ଅର୍ଥ ଆତ୍ମକୈନ୍ଦ୍ରିକ ନୁହେଁ, ବରଂ ଭାରତକୁ ସମଗ୍ର ବିଶ୍ୱର ସପ୍ଲାଇଚେନ କ୍ଷେତ୍ରରେ ଏକ ପ୍ରମୁଖ ଅଂଶୀଦାର କରିବା । ଆତ୍ମନିର୍ଭର ଭାରତ ସ୍ଥାନୀୟ ସହ ଗ୍ଲୋବାଲ ବାସମଗ୍ର ବିଶ୍ୱକୁ ଯୋଡ଼ିଥାଏ ବୋଲି ସେ କହିଛନ୍ତି ।