ମାଳଦ୍ୱୀପ ସଂସଦରେ ପାକିସ୍ତାନକୁ ଟାର୍ଗେଟ କଲେ ମୋଦୀ

ମାଲେ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାଳଦ୍ୱୀପର ସଂସଦରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଆତଙ୍କବାଦର ମୂଳୋତପାଟନ ପାଇଁ ସମଗ୍ର ବିଶ୍ୱରେ ସହମତି ସୃଷ୍ଟି ହେବା ଆବଶ୍ୟକ । ପାକିସ୍ତାନକୁ ଟାର୍ଗେଟ କରି ସେ କହିଛନ୍ତି ଯେ ବିଶ୍ୱରେ ଦେଶ-ସମର୍ଥିତ ଆତଙ୍କବାଦ ବନ୍ଦ ହେବା ଆବଶ୍ୟକ ।

ଆତଙ୍କବାଦକୁ କୌଣସି ଏକ ଦେଶ ସମର୍ଥନ କଲେ ତାହା ସମଗ୍ରବିଶ୍ୱ ପାଇଁ ଏକ ବିପଦରେ ପରିଣତ ହୁଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡୋ-ପାସିଫିକ ଅଂଚଳ ସମଗ୍ର ବିଶ୍ୱ ବାଣିଜ୍ୟ ପାଇଁ ଏକ ଲାଇଫଲାଇନ । ଏ ଅଂଚଳରେ ମୁକ୍ତ ବାଣିଜ୍ୟ କାରବାର ହେଲା ତାହା ସମସ୍ତଙ୍କ ପାଇଁ ମଙ୍ଗଳକର ହେବ । ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ମାଳଦ୍ୱୀପ ଓ ଭାରତ ମଧ୍ୟରେ ଶହ ଶହ ବର୍ଷର ବାଣିଜ୍ୟିକ ସଂପର୍କ ରହିଛି । ମାଳଦ୍ୱୀପର ବିକାଶ ଦିଗରେ ଭାରତ ସହାୟତା ଅବ୍ୟାହତ ରଖିବ ।

ସମ୍ବନ୍ଧିତ ଖବର