ବିଜ୍ଞାପନରେ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୩୭୫୪ କୋଟି

ନୂଆଦିଲ୍ଲୀ: ୨୦୧୪ ମସିହାରେ ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ବିଜ୍ଞାପନ ଏବଂ ପ୍ରଚାର ବାବଦରେ ୩୭୫୪କୋଟି ଟଙ୍କା ଖର୍ଚ୍ଚ କରିଛନ୍ତିା ଅନ୍ୟପକ୍ଷରେ ଗତ ତିନିବର୍ଷ ମଧ୍ୟରେ ସରକାର ପ୍ରଦୂଷଣ ରୋକିବା ଦିଗରେ ମାତ୍ର ୫୬.୮ କୋଟି ଟଙ୍କା ଦେଇଛନ୍ତି। ସାଢେ ୩ ବର୍ଷର ମୋଦି ଶାସନ କାଳରେ ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଥିବା ଟଙ୍କା କୌଣସି ପ୍ରମୁଖ ମନ୍ତ୍ରାଳୟର ବାର୍ଷିକ ବଜେଟ୍‌ଠାରୁ ମଧ୍ୟ ଯଥେଷ୍ଟ ଅଧିକ ବୋଲି ଆରଟିଆଇ ତଥ୍ୟରୁ ଜଣାପଡ଼ିଛି । ଗ୍ରେଟର ନଏଡ଼ାର ଜଣେ ସାମାଜିକ କର୍ମୀ ଆରଟିଆଇରେ ମାଗିଥିବା ଏହି ତଥ୍ୟ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଆସିଛି । ମିଳିଥିବା ତଥ୍ୟ ମୁତାବକ,୨୦୧୪ ଏପ୍ରିଲରୁ ଅକ୍ଟୋବର ୨୦୧୭ ମଧ୍ୟରେ କେନ୍ଦ୍ର ସରକାର ବିଜ୍ଞାପନ ଓ ପ୍ରଚାର ବାବଦରେ ୩,୭୫୪ କୋଟି ୬ଲକ୍ଷ ୨୩ହଜାର ୬୧୬ଟଙ୍କା ଖର୍ଚ୍ଚ କରିଛନ୍ତିି। ଏହି ସାଢେ ୩ ବର୍ଷ ମଧ୍ୟରେ ବିଜେପି ବିଜ୍ଞାପନ ବାବଦରେ ଇଲେକଟ୍ରୋନିକ୍‌ , ପ୍ରିଣ୍ଟ୍‌ ଏବଂ ବାହ୍ୟ ପ୍ରଚାର ଲାଗି କେନ୍ଦ୍ର ସରକାରଙ୍କ ପାଣ୍ଠିରୁ ଇଲେକଟ୍ରୋନିକ୍‌ ମିଡିଆ ଯଥା ରେଡ଼ିଓ, ଟିଭି, ସିନେମା, ମୋବାଇଲ, ଇଣ୍ଟରନେଟ ଏବଂ ଏସ୍‌ଏମ୍‌ଏସ୍‌ ବିଜ୍ଞାପନରେ ୧,୬୫୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ପ୍ରିଣ୍ଟ୍‌ ମିଡିଆ ଲାଗି ୧,୬୯୮ ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉଟଡୋର ବିଜ୍ଞାପନ ତଥା ହୋର୍ଡିଙ୍ଗ, ପୋଷ୍ଟର, ବୁକଲେଟ ଏବଂ କ୍ୟାଲେଣ୍ଡର ଆଦି ଲାଗି ଏହା ୩୯୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।।

ସମ୍ବନ୍ଧିତ ଖବର