ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛି: ମୁଲାୟମ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଆଜି ୧୬ତମ ଲୋକସଭାର ଶେଷ ଦିବସରେ ତାଙ୍କ ଭାଷଣରେ କହିଥିଲେ ଯେ ନରେନ୍ଦ୍ର ମୋଦୀଙ୍କୁ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ମୁଲାୟମଙ୍କ ଏଭଳି ବୟାନ ବିରୋଧୀ ଦଳ ନେତାମାନଙ୍କୁ ଅଡ଼ୁଆରେ ପକାଇ ଦେଇଥିବା ବେଳେ ଶାସକ ଦଳ ସଦସ୍ୟମାନେ ଟେବୁଲ ବାଡ଼େଇ ଏହାକୁ ସ୍ବାଗତ କରିଥିଲୋ। ମୁଲାୟମ ମୋଦୀଙ୍କୁ ପ୍ରଶଂସା କଲାବେଳେ ବିଜେପି ସଦସ୍ୟମାନେ ଜୟ ଶ୍ରୀରାମ ଧ୍ବନି ଦେଇଥିଲେ। ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ମାୟାବତୀଙ୍କ ବିଏସ୍‌ପି ସହ ହାତ ମିଳାଇଥିବା ବେଳେ ମୁଲାୟମଙ୍କ ଏହି ବୟାନ ଉଭୟ ଦଳକୁ ଅଡ଼ୁଆରେ ପକାଇଛି।

ସମ୍ବନ୍ଧିତ ଖବର