ମୋଦୀ ମୁସଲ୍‌ମାନ ବିରୋଧୀ

ଇସ୍‌ଲାମାବାଦ: ଆମେରିକୀୟ ଖବରକାଗଜ ଦ ୱାସିଂଟନ୍‌ ପୋଷ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ମୁସଲ୍‌ମାନ୍‌ ବିରୋଧୀ କହିବା ସହିତ ପାକିସ୍ତାନକୁ ସେ ସବୁବେଳେ ବିରୋଧ କରନ୍ତି ବୋଲି ଇମ୍ରାନ୍‌ କହିଛନ୍ତି। ଇମ୍ରାନ୍‌ କହିଛନ୍ତି ଯେ ଭାରତରେ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାର ପାକିସ୍ତାନକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ପାକିସ୍ତାନ ପ୍ରସଙ୍ଗକୁ ମୋଦୀ ସରକାର ନିର୍ବାଚନ ସହ ଯୋଡ଼ିବାକୁ ପଛାଉ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଇମ୍ରାନ୍‌ କର୍‌ତାରପୁର ସୀମା ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ତେବେ ଏହି ସାକ୍ଷାତକାରରେ ସେ ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ଭାରତ ନାଁ ନ ନେଇ ପରୋକ୍ଷରେ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର