ଧାରା ୩୭୦ ଉଚ୍ଛେଦ ଜ୍ୱାଳାରେ ପାକିସ୍ତାନ; ଟ୍ଵିଟ୍‌ରରେ ଟ୍ରେଣ୍ଡ୍‌ ହେଉଛି ‘#ସେଭ୍‌ କଶ୍ମୀର ଫ୍ରମ୍‌ ମୋଦୀ’ ଟ୍ଵିଟ୍‌

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ହଜମ କରିପାରିନାହାନ୍ତି ପାକିସ୍ତାନୀ। ଔଷଧ ବିକଳରେ ତାଟିଆ କାମୁଡ଼ିବା ପରି ଟ୍ଵିଟ୍‌ରରେ ପ୍ରଘଟ କରି ସାରିଛନ୍ତି ମୋଦୀ ବିରୋଧୀ ସ୍ଲୋଗାନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଦେଶର ଶାସନ ଦାୟିତ୍ୱ ମୁଣ୍ଡକୁ ନେବାର ମାତ୍ର କିଛି ମାସ ମଧ୍ୟରେ ଜମ୍ମୁ-କଶ୍ମୀରକୁ ନେଇ ଯେଉଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ତାହାକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରି ନାହିଁ।

 

‘କଶ୍ମୀରକୁ ମୋଦୀଙ୍କଠାରୁ ବଞ୍ଚାଅ, କଶ୍ମୀରକୁ ସ୍ୱାଧୀନତା ଦରକାର’ ବୋଲି ସ୍ଲୋଗାନ୍‌ ଦେଇ ପାକିସ୍ତାନୀମାନେ ଟ୍ଵିଟ୍‌ କରିବାରେ ଲାଗିପଡ଼ିଛନ୍ତି। ଗତ ୫ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ଧାରା ୩୭୦ର ଉଚ୍ଛେଦ ଘୋଷଣା କରିବା ପରେ ପାକିସ୍ତାନରେ ‘#ସେଭ୍‌ କଶ୍ମୀର ଫ୍ରମ୍‌ ମୋଦୀ’ ଏବେ ଟ୍ରେଣ୍ଡ୍‌ ପାଲଟିଛି। ଏପରିକି ବହୁ ପାକିସ୍ତାନୀ ମୋଦୀଙ୍କ ବିରୋଧରେ କହି ତାହାକୁ ଭିଡିଓ କରି ଟ୍ଵିଟ୍‌ କରିଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର