ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଆସି ପାକିସ୍ତାନୀ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନଙ୍କ ଉପରେ କମ୍ପିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ପାକିସ୍ତାନୀ ମନ୍ତ୍ରୀ କରିଥିବା ଏକ ଟ୍ବିଟ୍କୁ ନେଇ କେଜ୍ରିୱାଲ୍ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ‘ଆମ ଦେଶର ଆଭ୍ୟନ୍ତରୀଣ ମାମଲା’ କହିବା ସହ ଅନ୍ୟ କୌଣସି ଆତଙ୍କବାଦୀ ସୃଷ୍ଟିକାରୀ ରାଷ୍ଟ୍ରର ହସ୍ତକ୍ଷେପ ଭାରତ ସହ୍ୟ କରିବ ନାହିଁ ବୋଲି ରିି-ଟ୍ବିଟ୍ କରିଛନ୍ତି।
ପାକିସ୍ତାନୀ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ମୋଦୀଙ୍କ ବିରୋଧରେ ଏକ ଅପମାନଜନକ ଟ୍ବିଟ୍ କରିବା ପରେ ତାହାର ଜବାବରେ କେଜ୍ରିୱାଲ୍ ଲେଖିଛନ୍ତି,‘ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ। ସେ ମୋର ବି ପ୍ରଧାନମନ୍ତ୍ରୀ। ଦିଲ୍ଳୀ ନିର୍ବାଚନ ଆମ ଦେଶ ଭିତରର କଥା। କୌଣସି ଆତଙ୍କବାଦୀ ସୃଷ୍ଟିକାରୀ ରାଷ୍ଟ୍ରର ହସ୍ତକ୍ଷେପକୁ ଆମେ ସହ୍ୟ କରିବୁ ନାହିଁ। ପାକିସ୍ତାନ ଯେତେ ବି ଚେଷ୍ଟା କରୁ ପଛେ ଏହି ଦେଶରର ଏକତାକୁ କେବେ ବି କ୍ଷୁର୍ଣ୍ଣ କରିିପାରିବ ନାହିଁ।’ ଫୱାଦ ଦିଲ୍ଳୀ ନିର୍ବାଚନକୁ ନେଇ ମୋଦୀଙ୍କୁ ଆକ୍ଷେପ କରି ଲେଖିଥିଲେ ଯେ ଆଉ ଏକ ନିର୍ବାଚନ ହାରିବାକୁ ଯାଉଥିବା ମୋଦୀଙ୍କର ମାନସିକ ସନ୍ତୁଳନ ଠିକ୍ ନାହିଁ।
नरेंद्र मोदी जी भारत के प्रधानमंत्री है। मेरे भी प्रधानमंत्री है। दिल्ली का चुनाव भारत का आंतरिक मसला है और हमें आतंकवाद के सबसे बड़े प्रायोजकों का हस्तक्षेप बर्दाश्त नहीं। पाकिस्तान जितनी कोशिश कर ले, इस देश की एकता पर प्रहार नहीं कर सकता। https://t.co/E2Rl65nWSK
— Arvind Kejriwal (@ArvindKejriwal) January 31, 2020
ଭାରତ ଯଦି ଯୁଦ୍ଧ କରେ ତେବେ ପାକିସ୍ତାନକୁ ଗୋଟାଏ ସପ୍ତାହରେ ହରାଇ ପାରିବ ବୋଲି ମୋଦୀ କରିଥିବା ଏକ ଟ୍ବିଟ୍ରେ ନିଜର ପ୍ରତିକ୍ରିୟା ପକାଶ କରି ଫୱାଦ ଲେଖିଥିଲେ କି ଭାରତର ଲୋକଙ୍କୁ ‘ମୋଦୀମ୍ୟାଡ୍ନେସ’କୁ ହରାଇବାକୁ ହେବ।
ଉଲ୍ଲେଖଯୋଗ୍ୟ, ଆସନ୍ତା ୮ ତାରିଖରେ ଦିଲ୍ଳୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେଠାରେ ଭାରତୀୟ ଜନତା ପାର୍ଟି(ବିଜେପି) ଓ ଆମ୍ ଆଦମୀ ପାର୍ଟି(ଆପ୍) ଭିତରେ ଜୋର୍ଦାର୍ ଲଢ଼େଇ ହେବା ନିଶ୍ଚିତ ହୋଇଛି।