ଏସ୍‌ସିଓ ସମ୍ମିଳନୀରେ ମୋଦୀ-ଇମ୍ରାନ ଆଲୋଚନା ହେବନାହିଁ

ନୂଆଦିଲ୍ଲୀ: ଜୁନ୍‌ ୧୩ ଏବଂ ୧୪ ତାରିଖରେ କିର୍ଜିଗ୍‌ସ୍ତାନର ରାଜଧାନୀ ବିଶେକ୍‌ରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହିତ କୌଣସି ଦ୍ବିପାକ୍ଷିକ ସାକ୍ଷାତ ଆଲୋଚନା କରିବେ ନାହିଁ ବୋଲି ଜଣାପଡ଼ିଛି। ଆଜି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହିତ କୌଣସି ଦ୍ବିପାକ୍ଷିକ ବୈଠକରେ ମିଳିତ ହେବା କାର୍ଯ୍ୟକ୍ରମ ନାହିଁ।

ସମ୍ବନ୍ଧିତ ଖବର