ୱାଶିଂଟନ୍: ୱାଶିଂଟନ୍: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସୋମବାର ଦିନ ଭାରତ ଗସ୍ତରେ ଆସିଛନ୍ତି। ସେ ଭାରତ ଗସ୍ତରେ ଆସି ଟ୍ରମ୍ପଙ୍କ ଟାରିଫ ପ୍ରସଙ୍ଗରେ ମୂଲଚାଲ ନେଇ ଆଲୋଚନା କରିଛନ୍ତି। ଆମେରିକା ଉପରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ ସକରାତ୍ମକ ଆଲୋଚନା ହୋଇଛି।
ପିଏମଓରେ ଜେଡି ଭାନ୍ସ ଓ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ରାତ୍ରଭୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ । ୧୩ ବର୍ଷ ପରେ ଆମେରିକାର ଉପରାଷ୍ଟ୍ରପତି ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ । ବ୍ୟବସାୟ, ପ୍ରତିରକ୍ଷା ଓ ଶିଳ୍ପ ନେଇ ମୋଦୀ ଓ ଭାନ୍ସଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ଦେଶ ଦ୍ବିପାକ୍ଷିକ ବ୍ୟବସାୟିକ ରାଜିନାମା ନେଇ ବି ଆଲୋଚନା ହୋଇଛି ।
କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଭାରତ ସମେତ ବିଶ୍ବର ଅନ୍ୟ ଦେଶ ଉପରେ ଟାରିଫ ଲଗାଇଥିଲେ । କିନ୍ତୁ ପରେ ଏହାକୁ ପ୍ରତ୍ୟାହାର କରିନେଇଥିଲେ । ଭାରତ ଉପରେ ଟାରିଫ ନେଇ ଭାନ୍ସଙ୍କ ସହ ମୋଦୀ ମୁଲଚାଲ କରିଥିବା ସୂଚନା ମଳିଛି । ଗତକାଲି ପରିବାର ସହ ଆମେରିକା ଉପରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ ।