ନୂଆଦିଲ୍ଲୀ: ମାଳଦ୍ୱୀପରେ ଜାରି ରହିଥିବା ରାଜନୈତିକ ସଙ୍କଟ ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ରେ କଥା ହୋଇଛନ୍ତି। ଏଭଳି ସ୍ଥିତିରେ ଏକ ଗାଣତନ୍ତ୍ରିକ ରାଷ୍ଟ୍ରକୁ କିଭଳି ସାହାଯ୍ୟ କରିହେବ ସେନେଇ ଉଭୟ ରାଷ୍ଟ୍ରନେତା ସେମାନଙ୍କ ଏବର୍ଷର ଏହି ପ୍ରଥମ ଫୋନ୍ କଲ୍ରେ ଆଲୋଚନା କରିଛନ୍ତି। ତେବେ ମାଳଦ୍ୱୀପରେ ରାଷ୍ଟ୍ରପତି ଅବୁଲ ୟାମିନ୍ ଚୀନ୍ର ଗୁରୁତ୍ୱକୁ ପ୍ରାଧାନ୍ୟ ଦେଉଥିବାରୁ ଆମେରିକା ଓ ଭାରତ ମଧ୍ୟରେ ଏ ସମ୍ପର୍କରେ ମୁଣ୍ଡ ଖେଳାଇବା ଜରୁୁରୀ ବୋଲି ହ୍ଵାଇଟ ହାଉସ୍ ପକ୍ଷରୁ କୁହାଯାଇଛି। ମାଳଦ୍ୱୀପରେ ୟାମିନ୍ ଜାରି କରିଥିବା ଜରୁରୀ ପରିସ୍ଥିତିକୁ ଉଭୟ ଭାରତ ଓ ଆମେରିକା ସମର୍ଥନ ଜଣାଇନାହାନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦି ଆଜି ଓମାନ, ସାଉଦୀ ଆରବ ଓ ପାଲେଷ୍ଟାଇନ୍ ଗସ୍ତରେ ଯାଇଥିବା ବେଳେ ଟ୍ରମ୍ପଙ୍କ ସହ ଏଭଳି ଆଲୋଚନାର ଗୁରୁତ୍ୱ ରହିଛି ବୋଲି କୁହାଯାଉଛି। ସେହିପରି ଦୁଇ ନେତା ଉତ୍ତରକୋରିଆ ଓ ଆଫଗାନିସ୍ତାନ ବିଷୟରେ ମଧ୍ୟ ଆଲୋଚନା କରିଥିବା ଜଣାଯାଇଛି। ଉତ୍ତରକୋରିଆର ପରମାଣୁ କାର୍ଯ୍ୟକ୍ରମ ଉପରେ ନିୟନ୍ତ୍ରଣ ଏବଂ ଆଫଗାନିସ୍ତାନରେ ସୁରକ୍ଷା ସମ୍ବନ୍ଧରେ ଚର୍ଚ୍ଚା ହୋଇଥିବା କୁହାଯାଉଛି।
ଫୋନ୍ରେ ଆଲୋଚନା କଲେ ମୋଦି-ଟ୍ରମ୍ପ
ମାଳଦ୍ୱୀପ ସଙ୍କଟ
/sambad/media/post_attachments/wp-content/uploads/2018/02/moditrump_647_110916080002.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)