ଚୀନ୍‌ ରାଷ୍ଟ୍ରପତି ଜି.ଜିନ୍‌ପିଙ୍ଗ୍‌ଙ୍କ ପାଇଁ ସ୍ୱତନ୍ତ୍ର ରାତ୍ର ଭୋଜନର ବ୍ୟବସ୍ଥା କରିଛନ୍ତି ମୋଦୀ, ପରଶା ଯିବ ରସମ୍, ସମ୍ବର, କୁରମା ଓ ହାଲୱା

ମହାବଲୀପୁରମ୍‌: ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିତୀୟ ଅନୌପଚାରିକ ଶିଖର ବୈଠକରେ ଏକତ୍ରିତ ହୋଇ ଦ୍ୱିପାକ୍ଷିକ ପ୍ରସଙ୍ଗ ଆଲୋଚନା କରିବା ପାଇଁ ଆଜି ଅପରାହ୍ଣ ୫ଟାରେ ଭାରତର ଐତିହ୍ୟ ସଂପନ୍ନ ଐତିହାସିକ ଉପକୂଳ ସହର ମହାବଲୀପୁରମ୍‌ ଠାରେ ପହଞ୍ଚିଛନ୍ତି। ମହାବଲୀପୁରମ୍‌ ଠାରେ ପହଞ୍ଚିବା ପରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏବେ ସମଗ୍ର ବିଶ୍ୱର ନିଜର ମହାବଲୀପୁରମ୍‌ ଉପରେ କେନ୍ଦ୍ରୀଭୂତ ହୋଇ ରହିଥିବା ବେଳେ ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଅନୌପଚାରିକ ଆଲୋଚନାର ନିଷ୍କର୍ଷ ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି ସମଗ୍ର ବିଶ୍ୱ।

Image result for Modi and Xi to savour South Indian delicacies tonight
www.newsamachar.com

ତେବେ ଚୀନ୍‌ ରାଷ୍ଟ୍ରପତିଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତ୍ରଭୋଜନର ବ୍ୟବସ୍ଥା କରିଛନ୍ତି । ଭାରତରେ ପହଞ୍ଚିବା ପରେ ତାଙ୍କୁ ଆଜି ରାତ୍ରଭୋଜନରେ ଦକ୍ଷିଣ ଭାରତର ସ୍ୱାଦିଷ୍ଟ ଖାଦ୍ୟ ପରଷା ଯିବ । ଚେଟ୍ଟିନାଡ଼ରୁ ଆରମ୍ଭ କରି  କରାଇକୁଡ଼ି ପର୍ଯ୍ୟନ୍ତ ବିଭିନ୍ନ ଲୋକପ୍ରିୟ  ଦକ୍ଷିଣ ଭାରତୀୟ ଖାଦ୍ୟ ରହିବ ରାଷ୍ଟ୍ରପତି ଜି.ଜିନ୍‌ପିଙ୍ଗ୍‌ଙ୍କ ଥାଳିରେ  । ସୂଚନା ଅନୁସାରେ,  ରାତ୍ର ଭୋଜନର  ଖାଦ୍ୟ ସୂଚୀରେ ସବୁଠୁ ଚର୍ଚ୍ଚାରେ ରହିଛି, ଥକ୍କଲି ରସମ୍, ଅର୍ଚାଭିତ୍ତା ସମ୍ବର, କଡ଼ାଲାଇ କୁରୁମା ଓ କବନାରସୀ ହଲୱା ।

ସମ୍ବନ୍ଧିତ ଖବର