ଭାରତୀୟ ଜେଲ୍‌ ସଂପର୍କରେ ପ୍ରଶ୍ନ ଉଠାଇବାର ଅଧିକାର ବ୍ରିଟେନ୍‌ ଅଦାଲତର ନାହିଁ

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ଜବାବ

ନୂଆଦିଲ୍ଲୀ: ଭାରତୀୟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଭାରତ ବ୍ରିଟେନ ସରକାରଙ୍କ ସହ ଆଲୋଚନା କରିଛନ୍ତି। ତେବେ ବ୍ରିଟେନ କୋର୍ଟ ଭାରତୀୟ ଜେଲ୍‌ ସ୍ଥିତି ସମ୍ପର୍କରେ ପ୍ରଶ୍ନ ମଧ୍ୟ କରିଥିଲେ। ନିକଟରେ ହୋଇଥିବା କମନେଓ୍ଵଲଥ ସମ୍ମିଳନୀରେ ବ୍ରଟେନ ପ୍ରଧାନ ମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇବାରୁ କହିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏଭଳି ଜବାବ୍‌ ଦେଇଥିଲେ ଯେ, ସେ ଚୁପ୍‌ ହୋଇଯାଇଥିଲେ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ଥେରେସା ମେ’ଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଯେଉଁ ଜେଲରେ ଆପଣ ମହାତ୍ମା ଗାନ୍ଧୀ, ନେହରୁଙ୍କ ପରି ନେତାଙ୍କୁ ବନ୍ଦ କରିଥିଲେ, ଏବେ ସେହି ଜେଲରେ ହିଁ ବିଜୟ ମାଲ୍ୟାଙ୍କୁ ରଖାଯିବ । ତେଣୁ ଭାରତୀୟ ଜେଲ ସମ୍ପର୍କରେ ବ୍ରିଟେନ କୋର୍ଟର ପ୍ରଶ୍ନ କରିବାର କୌଣସି ଅଧିକାର ନଥିବା ପ୍ରଧାନମନ୍ତ୍ରୀ କହିଥିଲେ। ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ସ୍ୱରାଜ କହିଥିଲେ ଯେ, ବିଜୟ ମାଲ୍ୟାଙ୍କୁ ବ୍ରିଟେନରୁ ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ବ୍ରିଟେନ କୋର୍ଟ ଭାରତୀୟ ଜେଲର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଉଥିବାରୁ ପ୍ରତ୍ୟର୍ପଣରେ ବିଳମ୍ବ ହେଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର