ଡେନମାର୍କ ଗସ୍ତ ପରେ ଫ୍ରାନ୍ସରେ ପହଞ୍ଚିଲେ ମୋଦୀ, ମାକ୍ରନଙ୍କୁ ଭେଟିବେ

ପ୍ୟାରିସ : ତିନୋଟି ୟୁରୋପୀୟ ଦେଶକୁ ସରକାରୀ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଦିନ ନିଜର ଡେନମାର୍କ ଗସ୍ତ ଶେଷ କରି ଫ୍ରାନ୍ସରେ ପହଞ୍ଚିଛନ୍ତି । ପ୍ୟାରିସଠାରେ ତାଙ୍କ ବିମାନ ଓହ୍ଲାଇବା ପରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ନିଜର ଏହି ଗସ୍ତକାଳରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ କରିବେ । ନିକଟରେ ଅନୁଷ୍ଠିତ ଫ୍ରାନ୍ସ ନିର୍ବାଚନରେ ମାକ୍ରନ ପୁନଃନିର୍ବାଚିତ ହୋଇଛନ୍ତି । ତାଙ୍କର ପୂର୍ବ କାର୍ଯ୍ୟକାଳ ସମୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ଘନିଷ୍ଠ ହୋଇଥିଲା । ତାଙ୍କର ଏହି ନୂଆ କାର୍ଯ୍ୟକାଳ ସମୟରେ ଏହି ସମ୍ପର୍କ ଆହୁରି ବୃଦ୍ଧି ପାଇବା ଆଶା କରାଯାଉଛି । ଏକ ଟୁଇଟ କରି ମୋଦୀ ଲେଖିଛନ୍ତି ଯେ ଭାରତ ଓ ଫ୍ରାନ୍ସ ହେଉଛନ୍ତି ଘନିଷ୍ଠ ସହଯୋଗୀ । ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ରହିଛି ।

ଏହା ପୂର୍ବରୁ ମୋଦୀ ଡେନମାର୍କ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ ଗୁରୁତ୍ବପୂର୍ଣ୍ଣ ୨ୟ ଭାରତ-ନର୍ଡିକ ସମ୍ମିଳନୀରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର