ସମରକନ୍ଦରେ ପହଞ୍ଚିଲେ ମୋଦୀ, ଶୁକ୍ରବାର ମୋଦୀ-ପୁଟିନ ସାକ୍ଷାତ

ନୂଆଦିଲ୍ଲୀ : ଉଜବେକିସ୍ତାନର ରାଜଧାନୀ ସମରକନ୍ଦରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଆଜିଠାରୁ ଆରମ୍ଭ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମି​ଳନୀରେ ଯୋଗ ଦେବାକୁ ସେ ସେଠାକୁ ଯାଇଛନ୍ତି ।

ମୋଦୀ ଆସନ୍ତା ଶୁକ୍ରବାରଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି । ଏହି ବୈଠକ ଉପରେ ସମଗ୍ର ବିଶ୍ବର ଆଖି ରହିବ । କାରଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପୁଟିନ ଏବେ ସମଗ୍ର ବିଶ୍ବରେ ଏକଘରିକିଆ ହୋଇଯାଇଛନ୍ତି । ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଟକଣା ଲଗାଇଛନ୍ତି । ଏହା ସତ୍ତ୍ବେ ଭାରତ ସରକାର ରୁଷ ସହିତ ନିଜର ପୁରୁଣା ସମ୍ପର୍କକୁ ବଜାୟ ରଖିଛନ୍ତି । ଏଣୁ ମୋଦୀ-ପୁଟିନ ଭେଟକୁ ନେଇ ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶମାନେ କିପରି ପ୍ରତିକ୍ରିୟା ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟପକ୍ଷରେ ଏହି ସମ୍ମିଳନୀରେ ଆଉ ଦୁଇଟି ହାଇପ୍ରୋଫାଇଲ ସାକ୍ଷାତ ହୋଇପାରେ । ତାହା ହେଉଛି ମୋଦୀ ଚୀନର ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ । ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ମୋଦୀଙ୍କ ସାକ୍ଷାତ ହୋଇପାରେ । କିନ୍ତୁ ଏ ନେଇ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇନାହିଁ । ଏହି ସମ୍ମିଳନୀରେ ମୋଦୀ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି ।

ସମ୍ବନ୍ଧିତ ଖବର